ଭୁବନେଶ୍ୱରର ହୋଟେଲରେ ଲାଗିଛି ସିକ୍ରେଟ୍ କ୍ୟାମେରା, ଓୟୋରୁ କର୍ମଚାରୀଙ୍କୁ ଉଠାଇନେଲା ପୋଲିସ

1 min read

ଭୁବନେଶ୍ୱର : ସାବଧାନ୍ ! ଆପଣ ଭୁବନେଶ୍ୱରର ହୋଟେଲରେ ରହୁଛନ୍ତି କି ? ସବୁଆଡକୁ ଯାଞ୍ଚ କରି ହୋଟେଲରେ ଏଣ୍ଚ୍ରି କରନ୍ତୁ । କାରଣ ରାଜଧାନୀ ହୋଟେଲ ରୁମରେ ଲାଗିଥାଇପାରେ ସିକ୍ରେଟ୍ କ୍ୟାମେରା । ଆପଣଙ୍କର ସବୁ କାର୍ଯ୍ୟକଳାପ କଏଦ୍ ହୋଇପାରେ କ୍ୟାମେରା ଲେନ୍ସରେ ।

ଆଜି ଏଭଳି ଏକ ଘଟଣା ସାରା ରାଜ୍ୟରେ ଚହଳ ପକାଇ ଦେଇଛି । ସୂଚନା ଅନୁସାରେ, ନୟାପଲ୍ଲିସ୍ଥିତ ସାଇ ଆର୍ଯ୍ୟା ରେସିଡେନ୍ସିରେ ଥିବା ଓୟୋ ରୁମରେ ୨ ଜଣ ଯୁବକ ଯୁବତୀ ଜନ୍ମଦିନ ପାଳନ ପାଇଁ ଗତ ୫ ତାରିଖରେ ଯାଇଥିଲେ । ପରେ ଯୁବତୀଙ୍କୁ ନଭେମ୍ବର ୮ ତାରିଖରେ ୪ଟି ଭିନ୍ନ ଭିନ୍ନ ନମ୍ବରରୁ ଫୋନ୍ ଆସିଥିଲା ।

ଫୋନରେ ସଂପୃକ୍ତ ବ୍ୟକ୍ତି କହିଥିଲେ ଯେ, ୫ ତାରିଖରେ ହୋଟେଲକୁ ଆସିଥିବା ଯୁବକ-ଯୁବତୀଙ୍କର ଅନ୍ତରଙ୍ଗ ମୂହୁର୍ତ୍ତର ଫଟୋ ଓ ଭିଡିଓ ସେମାନଙ୍କ ପାଖରେ ଅଛି । ୫୦ ହଜାର ଟଙ୍କା ଦେଲେ, ସେମାନଙ୍କୁ ଫଟୋ ଓ ଭିଡିଓ ଦିଆଯିବ ।  ବ୍ଲାକମେଲର କହିଥିଲା ଯଦି ଟଙ୍କା ନଦେବ ତେବେ ସେ ସବୁକୁ ସୋସିଆଲ୍ ମିଡିଆରେ ଭାଇରାଲ୍ କରାଇଦେବ ।

ଗତକାଲି ଅର୍ଥାତ୍ ୨୮ ତାରିଖରେ ଟଙ୍କା ଦେବାକୁ ଯୁବତୀ ଜଣଙ୍କ ସିଆରପି ପାଖକୁ ସଂପୃକ୍ତ ଯୁବକଙ୍କୁ ଡାକି ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ସେମାନଙ୍କୁ କାବୁ କରିଥିଲା । ଏହାପରେ ନୟାପଲ୍ଲୀ ଥାନାରେ ଲିଖିତ ଅଭିଯୋଗ ପରେ ୨ ଜଣ ଓୟୋ କର୍ମଚାରୀଙ୍କୁ ପୋଲିସ ଅଟର ରଖି ପଚରା ଉଚୁରା କରୁଛି । ଯୁବତୀଙ୍କର ମଧ୍ୟ ବୟାନ୍ ରେକର୍ଡ କରାଯାଇଥିବା ଜଣାପଡ଼ିଛି ।

ଏ ହୋଟେଲରେ ବହୁ ବେନିୟମ କାର୍ଯ୍ୟ ହେଉଥିବା ଅଭିଯୋଗ ହୋଇଛି । ପୋଲିସ ଏ ଘଟଣାର ତଦନ୍ତ କରୁଛି ।

Leave a Reply