ହାଇଟେକ୍ ମେଡିକାଲରେ ବିସ୍ଫୋରଣ ଘଟଣା; ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣେ ମୃତ

1 min read

ଭୁବନେଶ୍ୱର: ହାଇଟେକ୍ ମେଡିକାଲରେ ବିସ୍ଫୋରଣ ଘଟଣା। ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣଙ୍କର ମୃତ୍ୟୁ ହୋଇଛି । ଏନେଇ ହାଇଟେକ୍ ହସ୍ପିଟାଲ ପକ୍ଷରୁ ସୂଚନା ମିଳିଛି। ଗୁରୁତର ଥିବା ୪ ଜଣଙ୍କ ମଧ୍ୟରୁ ଚିକିତ୍ସାଧୀନ ଅବସ୍ଥାରେ ୨ ଜଣଙ୍କ ମୃତ୍ୟୁ ହୋଇଛି।

ଗତ ୨୯ ତାରିଖ ସନ୍ଧ୍ୟାରେ ହସ୍ପିଟାଲ ଭିତରେ ହୋଇଥିଲା ବିସ୍ଫୋରଣ। ମରାମତି କାମ ଚାଲିଥିବା ବେଳେ ଫାଟି ଯାଇଥିଲା ଅକ୍ସିଜେନ ସିଲିଣ୍ଡର। ହସ୍ପିଟାଲ କର୍ମଚାରୀ ଓ ସିକ୍ୟୁରିଟି ଗାର୍ଡ ଆହତ ହୋଇ ଚିକିତ୍ସିତ ହେଉଥିଲେ। ଦୁଇଦିନ ତଳେ ଖୋର୍ଦ୍ଧା ଅଞ୍ଚଳର ଦିଲ୍ଲୀପ ସାମନ୍ତରାୟଙ୍କ ମୃତ୍ୟୁ ଘଟିଥିଲା। ସ୍ବାମୀଙ୍କ ମୃତ୍ୟୁ ଖବର ପାଇବା ପରେ ମ୍ରିୟମାଣ ହୋଇ ଆତ୍ମହତ୍ୟା କରିଥିଲେ ସ୍ତ୍ରୀ।

ଅଧିକ ପଢନ୍ତୁ:- ହାଇଟେକ୍ ମେଡିକାଲରେ ବିସ୍ଫୋରଣ ଘଟଣା : ସ୍ବାମୀଙ୍କ ମୃତ୍ୟୁ ପରେ ସ୍ତ୍ରୀର ଆତ୍ମହତ୍ୟା