‘ଟ୍ରାଫିକ୍ ନିୟନ୍ତ୍ରଣ ଓ ଜାମ୍ ରୋକିବାରେ ସହାୟକ ହେବ ନୂଆ ଟ୍ରାଫିକ୍ ଥାନା’

1 min read

ଭୁବନେଶ୍ୱର : ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଥାନା ପରିସରରେ ରାଜଧାନୀର ଦ୍ୱିତୀୟ ଟ୍ରାଫିକ ଥାନା ଉଦଘାଟିତ ହୋଇଛି । ୮ଟି ଥାନାକୁ ନେଇ ଗଠନ ହୋଇଛି ଦ୍ୱିତୀୟ ଟ୍ରାଫିକ ଥାନା । ଏହି ଥାନା ଗୁଡ଼ିକ ହେଲା ଚନ୍ଦକା, ନନ୍ଦନକାନନ, ଇନଫୋସିଟି, ଚନ୍ଦ୍ରଶେଖରପୁର, ନୟାପଲୀ, ଖଣ୍ଡଗିରି, ତମାଣ୍ଡୋ ଏବଂ ଜଟଣୀ ।

ଏହି ଅବସରରେ ପୋଲିସ ଡିଜି ବିଜୟ କୁମାର ଶର୍ମା ଥାନାର ଉଦଘାଟନ କରିଥିଲେ। ଟ୍ରାଫିକ୍ ଥାନାରେ ଜଣେ ଇନ୍ସପେକ୍ଟର, ୬ ଜଣ ସବ୍ ଇନସ୍ପେକ୍ଟର, ୧୦ ଜଣ ଏ.ଏସ.ଆଇ, ୧୦ ଜଣ ହାବିଲଦାର ଓ ୧୪୦ ଜଣ କନଷ୍ଟେବଳ ରହିବେ। ଟ୍ରାଫିକ ଥାନା ଦ୍ୱାରା ଚନ୍ଦ୍ରଶେଖରପୁର, ପଟିଆ , ନନ୍ଦନକାନନ ରାସ୍ତାରେ ଟ୍ରାଫିକ ଜାମ ରୋକିବାରେ ସହାୟକ ହେବ ବୋଲି ଡିଜିପି କହିଛନ୍ତି । ମାତ୍ରାଧିକ ଯାନବାହନ ଚଳାଚଳ, ଜନସଂଖ୍ୟା ବୃଦ୍ଧିକୁ ନଜର ରଖି ନୂତନ ଟ୍ରାଫିକ ଥାନା ଖୋଲାଯାଇଥିବା କମିଶନର କହିଛନ୍ତି । ')}

Leave a Reply