ଅକ୍ସଫୋର୍ଡରେ ପ୍ରସ୍ତୁତ ଭ୍ୟାକସିନର ଆଜି ହେବ ଭାରତରେ ଦ୍ୱିତୀୟ ପର୍ଯ୍ୟାୟ ଟ୍ରାଏଲ

5 More Coronavirus Vaccine By October As Sputnik V Expected To Get Emergency Use Approval

ନୂଆଦିଲ୍ଲୀ: କରୋନାର ଭ୍ୟାକସିନକୁ ନେଇ ବଡ଼ ନିଷ୍ପତ୍ତି । ବ୍ରିଟେନର ଅକ୍ସଫୋର୍ଡ ୟୁନିଭରସିଟର ବୈଜ୍ଞାନିକମାନେ ପ୍ରସ୍ତୁତ କରୁଥିବା ଭ୍ୟାକସିନର ଆଜି ଭାରତରେ ହେଉଛି ଦ୍ୱିତୀୟ ପର୍ଯ୍ୟାୟ ଟ୍ରାଏଲ । ପୁନେ ସ୍ଥିତ ସିରମ ଇନଷ୍ଟିଚ୍ୟୁଟରେ ଏହି ଭ୍ୟାକସିନକୁ ବିକଶିତ କରାଯାଉଛି । ସିରମ ଇନଷ୍ଟିଚ୍ୟୁଟ ପକ୍ଷରୁ ଆଜି ଏହି ଭ୍ୟାକସିନର ଦ୍ୱିତୀୟ ପର୍ଯ୍ୟାୟ ଟ୍ରାଏଲ ହେବ । ଯଦି ଦ୍ୱିତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ ସଫଳ ହୁଏ ତେବେ ତୃତୀୟ ପର୍ଯ୍ୟାୟର ପରୀକ୍ଷଣ ପାଇଁ ସୁବିଧା ହେବ । ଦେଶର ୧୭ଟି ରାଜ୍ୟରେ ଏହି ଟ୍ରାଏଲ ପଦ୍ଧତିରେ ୧୬୦୦ ଲୋକ ସାମିଲ ହେବେ ।

ସମସ୍ତଙ୍କ ବୟସ ୧୮ ବର୍ଷରୁ ଅଧିକ ରହିଛି । ଭାରତରେ ପ୍ରସ୍ତୁତ ହେଉଥିବା ଏହି ଭ୍ୟାକସିନର ନାଁ ରହିଛି କୋଭିସିଲ୍ଡ । କରୋନାର ମୁକାବିଲା କରିବା ପାଇଁ ଭାରତରେ ଏବେ ଅନେକ ଭ୍ୟାକିସନକୁ ବିକଶିତ କରାଯାଉଛି । ତେବେ ସବୁଠୁ ଆଗରେ ରହିଛି ସିରମ ଇନଷ୍ଟିଚ୍ୟୁଟ ଓ ଭାରତ ବାଓଟେକ୍ ଦ୍ୱାରା ପ୍ରସ୍ତୁତ ହେଉଥିବା କରୋନା ଭ୍ୟାକସିନ୍ । ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ହେଉଥିବା ଏହି କରୋନା ଭ୍ୟାକସିନ୍ ଖୁବ ଶୀଘ୍ର ବଜାରକୁ ଆସିବ ବୋଲି ବୈଜ୍ଞାନିକମାନେ ଆଶା ରଖିଛନ୍ତି ।

Leave a Reply