ବ୍ରହ୍ମପୁର: ଶନିବାର ଗଞ୍ଜାମ ଜିଲ୍ଲାରେ ଦ୍ୱିତୀୟ ପର୍ଯ୍ୟାୟ କରୋନା ଟିକାକରଣ ଆରମ୍ଭ । ଜିଲ୍ଲା, ଗଞ୍ଜାମ ଏସପି ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ କାର୍ଯ୍ୟକ୍ରମରେ ଟିକା ନେଇଛନ୍ତି । ଏହା ସମ୍ପୂର୍ଣ୍ଣ ସୁରକ୍ଷିତ ଏବଂ ସମସ୍ତ ପଞ୍ଜିକୃତ କର୍ମଚାରୀ ଟିକା ନେବେ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି ।
Second phase COVID vaccination started in Ganjam. Collector Ganjam & SP Ganjam took vaccine. It’s safe and all registered staff will be vaccinated as per plan @CMO_Odisha @HFWOdisha @IPR_Odisha pic.twitter.com/PaJatO6zV4
— Collector & District Magistrate, Ganjam (@Ganjam_Admin) February 6, 2021
ଉଲ୍ଲେଖ ଥାଉ କି, ଆଜିଠାରୁ ରାଜ୍ୟରେ ଆଗ ଧାଡ଼ିର କରୋନା ଯୋଦ୍ଧାଙ୍କୁ ଦିଆଯିବ ଟିକା । ସାରା ରାଜ୍ୟରେ ପୋଲିସଙ୍କୁ ଦିଆଯିବ କରୋନା ଟିକା । ପ୍ରଥମେ ପୋଲିସ ଡିଜି ଅଭୟ ଟିକା ନେବେ । ଏହାପରେ ଅନ୍ୟ ବରିଷ୍ଠ ପୋଲିସ ଓ ହୋମ୍ଗାର୍ଡମାନଙ୍କୁ କରୋନା ଭ୍ୟାକ୍ସିନ ଦିଆଯିବ । ଭୁବନେଶ୍ୱର କମିଶନର ଅଫିସ, ଡିସିପି ଭୁବନେଶ୍ୱର, ସପ୍ତମ ବାଟାଲିଅନ୍, ଏସ୍ଏସ୍ ବାଟାଲିଅନ୍, ରାଜ୍ୟ ଗୁଇନ୍ଦା ବିଭାଗ, ଏସ୍ଓଜି, ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଏକାଡେମୀର ୮ ହଜାର ୯୩୭ ଜଣ କର୍ମଚାରୀଙ୍କୁ ଟିକା ଦିଆଯିବ । ଭୁବନେଶ୍ୱର ରିଜର୍ଭ ପୋଲିସ ଲାଇନ୍ ହସପିଟାଲ୍, ସପ୍ତମ ବାଟାଲିଅନ୍ ହସପିଟାଲ୍ ଓ ସିପି ଅଫିସ ସମେତ ୩ଟି ସ୍ଥାନରେ ଟିକା ଦିଆଯିବ । ସେହିପରି କଟକରେ ରାଜ୍ୟ ପୋଲିସ ସଦର ମହକୁମା, ଡିସିପି କଟକ, କ୍ରାଇମବ୍ରାଞ୍ଚ, ଦୁର୍ନୀତି ନିବାରଣ ବିଭାଗ, ହୋମ୍ ଗାର୍ଡ଼, ଫାୟାର ସର୍ଭିସେସ୍, ଷଷ୍ଠ ବାଟାଲିଅନ୍ ପ୍ରମୁଖ ୧୧ଟି ପ୍ରତିଷ୍ଠାନର କର୍ମଚାରୀ ଓ ହୋମ୍ ଗାର୍ଡଙ୍କୁ ଟିକା ଦିଆଯିବ । ଏଥିପାଇଁ କଟକ ନେତାଜୀ ଇନ୍ଡୋର ଷ୍ଟାଡିଅମକୁ ଟିକା ଗ୍ରହଣ କେନ୍ଦ୍ର କରାଯାଇଛି ।

