ମଙ୍କିପକ୍ସ ସଂକ୍ରମଣ ବଢ଼ାଇଲା ଚିନ୍ତା: ଦ୍ୱିତୀୟ ଆକ୍ରାନ୍ତ ଚିହ୍ନଟ

ଥିରୁଅନନ୍ତପୁରମ: ୭୬ଟି ଦେଶରେ ଆତଙ୍କ ରଚିଥିବା ମଙ୍କିପକ୍ସ ଏବେ ଭାରତରେ ଏଣ୍ଟ୍ରି କରିଛି ।  ଦେଶରେ ଦ୍ୱିତୀୟ ମଙ୍କିପକ୍ସ ମାମଲା ସାମ୍ନାକୁ ଆସିଛି । କେରଳରେ ଦ୍ୱିତୀୟ ରୋଗୀ ଚିହ୍ନଟ ହେବା ପରେ ଭାରତର ଚିନ୍ତା ବଢ଼ିଛି । ତେବେ ୩୧ ବର୍ଷୀୟ ଯୁବକ ଗତ ସପ୍ତାହରେ ଦୁବାଇରୁ କେରଳ ଆସିଥିଲେ,  ଟେଷ୍ଟ କରାଯିବା ପରେ ସେ ମଙ୍କିପକ୍ସ ପଜିଟିଭ ଥିବା ଜଣାପଡିଛି । କେରଳ ସ୍ୱାସ୍ଥ୍ୟମନ୍ତ୍ରୀ ବୀଣା ଜର୍ଜ ଏନେଇ ସୂଚନା ଦେଇଛନ୍ତି । ପ୍ରଥମ ଆକ୍ରାନ୍ତ କେରଳର କୋଲ୍ଲମରୁ ଚିହ୍ନଟ ହୋଇଥିଲେ । ଏବଂ ଦ୍ୱିତୀୟ ଆକ୍ରାନ୍ତ ମଧ୍ୟ କେରଳର କନ୍ନୁର ଚିହ୍ନଟ ହୋଇଛନ୍ତି ।

ମନ୍ତ୍ରୀ କହିଛନ୍ତି ୧୩ ଜୁଲାଇରେ କେରଳରେ ପହଞ୍ଚିଥିବା ରୋଗୀଙ୍କ ଘର କନ୍ନୁର ଅଞ୍ଚଳରେ ଏବଂ ସେ ପଜିଟିଭ ମିଳିବା ପରେ ପରିୟାରାମ ମେଡିକାଲ କଲେଜରେ ତାଙ୍କର ଚିକିତ୍ସା ଚାଲିଛି । ଏବେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି । ତେବେ ଯେଉଁମାନେ ରୋଗୀଙ୍କ ସମ୍ପର୍କରେ ଆସିଛନ୍ତି ସେମାନଙ୍କ ଉପରେ ମଧ୍ୟ ନଜର ରଖାଯାଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି ।

ସୂଚନାଥାଉକି ଭାରତର ପ୍ରଥମ କେସ୍ କେରଳରୁ ଚିହ୍ନଟ ହୋଇଥିଲା । ଲ୍ଲମ ଜିଲ୍ଲାର ଜଣେ ୩୫ ବର୍ଷୀୟ ବିଦେଶ ଫେରନ୍ତାଙ୍କଠାରେ ପ୍ରଥମକରି ମଙ୍କିପକ୍ସର ସଂକ୍ରମଣ ଦେଖାଯାଇଥିଲା । ତାଙ୍କର ଚିକିତ୍ସା ଥିରୁଅନନ୍ତପୁରମ ମେଡିକାଲରେ ଚିକିତ୍ସା ଚାଲିଛି । କରୋନା ଭଲି ଏହା ମଧ୍ୟ ଏକ ଭାଇରାଲ୍ ଡିଜିଜ । ତେଣୁ ଏହା ଦେଶରେ କିଭଳି ନବ୍ୟାପିବ ତା ପୂର୍ବରୁ ସବୁ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଉଛି । ଯେହେତୁ କେରଳରୁ ଦୁଇଟି ଯାକ କେସ୍ ଚିହ୍ନଟ ହୋଇଛି ସେଥିପାଇଁ ରାଜ୍ୟର ସମସ୍ତ ୫ଟି ବିମାନବନ୍ଦରକୁ ଆଲର୍ଟ କରାଯାଇଛି । ବିଦେଶରୁ ଆସୁଥିବା ଲୋକମାନଙ୍କ ଟେଷ୍ଟ କରାଯାଉଛି ।