spot_img

Latest Posts

ଭାରତରେ ତିଆରି ହେଉଛି ଦ୍ୱିତୀୟ ସ୍ୱଦେଶୀ ଟିକା, ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲ ଜାରି

ନୂଆଦିଲ୍ଲୀ: ଦେଶରେ କରୋନା ସଂକଟ ବଢ଼ିବାରେ ଲାଗିଛି। ଏବେ କରୋନା ସଂକ୍ରମଣ ଧିରେ ଧିରେ କମୁଥିଲେ ମଧ୍ୟ ଦେଶରୁ ବିପଦ ଟିଳିନାହିଁ। କାରଣ ଦେଶରେ ଦ୍ୱିତୀୟ ଲହରୀରେ ଅନେକ କ୍ଷତି କରିଛି କରୋନା। ଆଉ ଆଗକୁ ତୃତୀୟ ଲହରୀ ଆସିବା ଭୟ ମଧ୍ୟ ଦେଖା ଦେଲାଣି। ତେବେ ଦେଶରେ ଏବେ ଟିକାକରଣକୁ ଅଧିକ ଗୁରୁତ୍ୱ ଦିଆଯାଇଛି। ତେବେ କରୋନା ସଂକଟ ମଧ୍ୟରେ ଭାରତରେ ତିଆରି ହେଉଛି ଦ୍ୱିତୀୟ ସ୍ୱଦେଶୀ ଟିକା। ହାଇଦ୍ରାବାଦର ବାୟୋଲୋଜିକାଲ-ଇ ପ୍ରସ୍ତୁତ କରୁଥିବା କରୋନା ଟିକାକୁ ମିଳିପାରେ ମଞ୍ଜୁରୀ। ଟିକାର ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷଣ ସରିଥିବା ବେଳେ ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲ ଜାରି ରହିଛି।

ଏହା ସଫଳ ହେଲେ ବାୟୋଲୋଜିକାଲ-ଇ ଟିକାକୁ କରୋନା ଟିକାକରଣରେ ସାମିଲ କରାଯିବ।  ଟିକାକରଣ ତ୍ୱରାନ୍ୱିତ କରିବାକୁ କେନ୍ଦ୍ର ସରକାର ବାୟୋଲୋଜିକାଲ-ଇ ର ୩୦କୋଟି ଟିକା ବୁକ୍ କରିସାରିଛନ୍ତି। ଥାର୍ଡ ଫେଜ୍ ଟ୍ରାଏଲ ସଫଳ ହେବା ପରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଫାର୍ମା କମ୍ପାନୀକୁ ୧୫ଶହ କୋଟି ଟଙ୍କା ଆଡଭାନ୍ସ ଦେବେ। ବାୟୋଲୋଜିକାଲ-ଇ ପ୍ରସ୍ତୁତ କରୁଥିବା ଟିକା ହେଉଛି ଆରବିଡି ପ୍ରୋଟିନ ସବ-ୟୁନିଟ୍ ଭ୍ୟାକସିନ। ଏହି ଭ୍ୟାକସିନ ପ୍ରସ୍ତୁତ କରିବା ପାଇଁ କେନ୍ଦ୍ର ଜୈବ ପ୍ରଦ୍ୟୋଗିକ ମନ୍ତ୍ରଣାଳୟ ସମସ୍ତ ଖର୍ଚ୍ଚ ବହନ କରୁଛି।

Latest Posts

Don't Miss