ଦୁର୍ଗାପାଲ୍ଲୀ ରୋଡକୁ ହୀରାକୁଦ ଡ୍ୟାମ ନକ୍ସାରେ ନିର୍ମାଣ କରୁଛି ସମ୍ବଲପୁର ମହାନଗର ନିଗମ

ସମ୍ବଲପୁର: ସମ୍ବଲପୁରରେ ନିର୍ମାଣ ହେବ ଦ୍ଵିତୀୟ ହୀରାକୁଦ ଡ୍ୟାମ । ଆଉ କିଛିଦିନ ପରେ ସମ୍ପୂର୍ଣ ଭାବରେ ଜନସାଧାରଣଙ୍କ ପାଇଁ ଲୋକାର୍ପଣ ହେବ । କଥାଟି ଯେତିକି ଆଶ୍ଚର୍ଯ୍ୟ ଲାଗୁଚି ସେତିକି ସତ । ସମ୍ବଲପୁରରେ ହେଉଛି ୨ୟ ହୀରାକୁଦ ଡ୍ୟାମ । ନିର୍ମାଣରେ ଲାଗିଛନ୍ତି ଶ୍ରମିକ । ଖୁବ ଶୀଘ୍ର ଏହାର ହେବ ଲୋକାର୍ପଣ । ପୁରା ହୀରାକୁଦ ଡ୍ୟାମର ଅବିକଳ ନକଲ ନକ୍ସାରେ ଚାଲିଛି ନିର୍ମାଣ । ଏହା କୌଣସି ଡ୍ୟାମ୍ ନୁହେଁ ବରଂ ସମ୍ବଲପୁର ମହାନଗର ନିଗମର ୨ୟ କାର୍ଯ୍ୟାଳୟ । ସମ୍ବଲପୁରରୁ ବୁର୍ଲା ଓ ହୀରାକୁଦ ସହରକୁ ସଂଯୋଗ କରୁଥିବା ଦୁର୍ଗାପାଲି ରୋଡ଼ ନିରମାଣ ଚାଲିଛି କାର୍ଯ୍ୟାଳୟ ।

ଯାହାକି ପୁରାପୁରି ହୀରାକୁଦ ଡ୍ୟାମର ନକ୍ସାରେ ନିର୍ମିତ ହୋଇଛି । ତେବେ ଏଭଳି ନିଷ୍ପତ୍ତିକୁ ବୁଦ୍ଧିଜୀବୀ ମହଲରେ ବେଶ ପ୍ରଶଂସା କରାଯାଇଛି । କେବଳ ସମ୍ବଲପୁର ବା ଓଡିଶା ନୁହଁ ସମ୍ପୂର୍ଣ ଭାରତ ବିଖ୍ୟାତ ହୀରାକୁଦ ଡ୍ୟାମ । ସୁଦୀର୍ଘ ମାଟିବନ୍ଧ ରେ ନିର୍ମିତ ଏହି ହୀରାକୁଦ ଡ୍ୟାମ ବିଶ୍ୱ ଦରବାରରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି । ସେପଟେ ସମ୍ବଲପୁର ମହାନଗର ନିଗମର ଏହି ନବ ନିର୍ମିତ କୋଠାକୁ ଯେ କେହିବି ଦେଖିଲେ ସେ ହୀରାକୁଦ ଡ୍ୟାମ ଦେଖିବା ସଦୃଶ୍ୟ ମନେ ହେବ ।

Leave a Reply