ମା’ ବିରଜାଙ୍କ ରଥଯାତ୍ରା ପୂର୍ବରୁ ସରିଲା ୨୫୦ ସେବାୟତଙ୍କ କୋଭିଡ୍ ଟେଷ୍ଟ୍…

ଯାଜପୁର: ଆସନ୍ତା କାଲି ଯାଜପୁରରେ ମା’ ବିରଜାଙ୍କ ବିଜୟା ରଥଯାତ୍ରା ହେବ । ପୁରୀ ରଥଯାତ୍ରା ଭଳି ଏଠାରେ ମଧ୍ୟ ବିନା ଭକ୍ତରେ ରଥଯାତ୍ରା ହେବ । ତେବେ ରଥଯାତ୍ରା ପୂର୍ବରୁ କୋଭିଡ୍ ଟେଷ୍ଟିଂ ଶେଷ ହୋଇଛି । ସାମିଲ ହେବାକୁ ଥିବା ସବୁ ସେବାୟତ ଓ ପୋଲିସଙ୍କର କରୋନା ଟେଷ୍ଟିଂ ହେଉଛି ।
ଏହାକୁ ତିନୋଟି ପର୍ଯ୍ୟାୟରେ ଶେଷ କରିବା ପାଇଁ ଯୋଜନା ନିଆଯାଇଥିଲା । ଏହା ପ୍ରଥମ ପର୍ଯ୍ୟାୟର ଟେଷ୍ଟିଂ । ବିରଜା କଲ୍ୟାଣ ମଣ୍ଡପଠାରେ ଏହି ଟେଷ୍ଟିଂ ହେଉଥିଲା । ପାଖାପାଖି ୨୫୦ ସେବାୟତଙ୍କର ଟେଷ୍ଟିଂ ହୋଇଛି । ଉଲ୍ଲେଖଯୋଗ୍ୟ ଯେ କରୋନା ସଂକ୍ରମଣର ଆଶଙ୍କା ମଧ୍ୟରେ ମା’ଙ୍କର ଏହି ରଥଯାତ୍ରାକୁ ଅନୁମତି ମିଳିଥିବା ବେଳେ ଏହା କେବଳ ସେବାୟତ ଓ ସୁରକ୍ଷାକର୍ମୀଙ୍କ ଉପସ୍ଥିତିରେ ହେବ ବୋଲି କୁହାଯାଇଛି ।