ନୟାଗଡ଼ରୁ ଭୁବନେଶ୍ୱର ସଳଖ ରେଳ ‘ସେବା’

1 min read

ନୟାଗଡ଼ବାସୀଙ୍କ ବହୁ ଦିନର ସ୍ୱପ୍ନ ପୂରଣ ହୋଇଛି । ଆରମ୍ଭ ହୋଇଛି ସେବା ଏକ୍ସପ୍ରେସ୍‌ । ଭୁବନେଶ୍ୱର ନୟାଗଡ଼ ମଧ୍ୟରେ ଦୈନିକ ଗଡ଼ିବ ଏହି ଟ୍ରେନ୍‌ । କେନ୍ଦ୍ର ରେଳମନ୍ତ୍ରୀ ପୀୟୁଷ ଗୋଏଲ୍‌ ନୂଆଦିଲ୍ଲୀରୁ ଏହି ଟ୍ରେନ୍‌କୁ ଭିଡିଓ କନ୍‌ଫରେନ୍ସିଂ ଯୋଗେ ଉଦଘାଟନ କରାଯାଇଛି ।  ଆଜି ଭୁବନେଶ୍ୱର ଷ୍ଟେସନରୁ ଆନୁଷ୍ଠାନିକ ଭାବେ କିଛି ଯାତ୍ରୀଙ୍କୁ ନେଇ ଏହି ଟ୍ରେନ୍‌ ନୟାଗଡ ଷ୍ଟେସନ୍‌ରେ ପହଞ୍ଚିଥିଲା ।

ନୟାଗଡରେ ଏହି ନୂଆ ଟ୍ରେନ୍‌କୁ ଦେଖିବା ପାଇଁ ବହୁ ଲୋକଙ୍କ ଭିଡ଼ ଜମିଥିଲା । ପ୍ରତିଦିନ ସକାଳ ୬. ୩୦ ମିନିଟରେ  ନୟାଗଡ ଷ୍ଟେସନରୁ ଏହି ଟ୍ରେନ୍ ବାହାରି ସକାଳ ୯ ଟାରେ ଭୁବନେଶ୍ୱରରେ ପହଞ୍ଚିବ ।  ସେହିପରି ଭୁବନେଶ୍ୱରରୁ ସନ୍ଧ୍ୟା ୬. ୪୦ରେ ବାହାରି ରାତି  ୮. ୪୫ରେ ନୟାଗଡ଼ରେ ପହଞ୍ଚିବ । ')}

Leave a Reply