ଶହେ କୋଟିରେ ରାଜ୍ୟସଭା ସିଟ୍ ପାଇଁ ଡିଲ୍, ରାକେଟ ଠାବ କଲା ସିବିଆଇ

1 min read

ନୂଆଦିଲ୍ଲୀ: ଶହେ କୋଟିରେ ରାଜ୍ୟସଭା ସିଟ୍ ପାଇଁ ଡିଲ । ରାଜ୍ୟପାଳ କରାଇଦେବାକୁ ପ୍ରତିଶ୍ରୁତି । ମୁମ୍ବାଇରୁ ଦିଲ୍ଲୀ-ଏନସିଆର, କର୍ଣ୍ଣାଟକ ଯାଏଁ ଲମ୍ବିଛି ଠକେଇ ଚେର । ରାଜ୍ୟସଭା ସିଟ, ରାଜ୍ୟପାଳ ପଦ, ମନ୍ତ୍ରାଳୟରେ ଉଚ୍ଚ ପଦବୀ ଓ ସରକାରୀ ବିଭାଗରେ ଅଧ୍ୟକ୍ଷ କରିଦେବା ଲୋଭ ଦେଖାଇ କୋଟି କୋଟି ଟଙ୍କା ଠକୁଥିବା ଏକ ରାକେଟ ଠାବ କରିଛି ସିବିଆଇ ।

ମହାରାଷ୍ଟ୍ରର ଜଣେ, କର୍ଣ୍ଣାଟକର ଜଣେ ଓ ଦିଳ୍ଲୀର ଦୁଇ ଜଣଙ୍କ ନାଁରେ ମାମଲା ରୁଜୁ କରିଛି ସିବିଆଇ । ନିଜକୁ ସିବିଆଇର ବରିଷ୍ଠ ଅଧିକାରୀ ଦର୍ଶାଇବା ସହ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ସହ ସମ୍ପର୍କ ଥିବା କହି ଲୋକମାନଙ୍କୁ ଠକୁଥିଲେ । ତେବେ ଠକେଇ ସମ୍ପର୍କରେ ଖବର ପାଇ ସିବିଆଇ ତଦନ୍ତ ଆରମ୍ଭ କରିଛି । ଆଉ କେଉଁ କେଉଁ ରାଜ୍ୟକୁ ଏହି ଠକେଇ ଚେର ଲମ୍ବିଛି ତାକୁ ନେଇ ଆରମ୍ଭ ହୋଇଛି ଖୋଳତାଡ ।