କାନ ଧରି ଉଠ୍-ବସ୍ ହେଲେ SDM, କ’ଣ ଘଟିଥିଲା ଜାଣନ୍ତୁ….

1 min read

ଉତ୍ତରପ୍ରଦେଶରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି । ଜଣେ ଆଇଏଏସ ଅଧିକାରୀ ନିଜ କାନ ଧରି ଉଠ-ବସ ହେଉଥିବାର ଦୃଶ୍ୟ ସାମ୍ନାକୁ ଆସିଛି । ଉକ୍ତ ଘଟଣାର ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଜଣେ ଏସଡିଏମଙ୍କ ଏପରି କାହିଁକି, କଲେ ଏବେ ତାହା ସଭିଙ୍କ ମନରେ ପ୍ରଶ୍ନ ଉଠିଛି । ଜଣାପଡ଼ିଛି ଯେ, ଉତ୍ତରପ୍ରଦେଶରର ଶାହଜହାଁପୁରରେ EWS ପ୍ରମାଣପତ୍ରକୁ ନେଇ ବିବାଦ ସୃଷ୍ଟି ହୋଇଥିଲା । ତାହାକୁ ନେଇ ଓକିଲମାନେ ତିନି ଦିନ ଧରି ଧାରଣାରେ ବସିଥିଲେ । ନୂଆ ଏସଡିଏମ ହସ୍ତକ୍ଷେପ କରିବା ପରେ ସ୍ଥିତି ଆହୁରି ବିଗିଡ଼ି ଯାଇଥିଲା । ଘଟଣାକୁ ଶାନ୍ତ କରିବା ପାଇଁ ଏସଡିଏମ୍ ନିଜ କାନ କରି ଉଠ-ବସ୍ ହୋଇଥିଲେ, ଯାହାର ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଯାଇଥିଲା ।

ଜଏନିଂ ପରେ ନବାଗତ ଏସଡିଏମ ଧାରଣା ସ୍ଥଳକୁ ଯାଉଥିଲେ । ଏହି ସମୟରେ ଜଣେ ଓକିଲ ଫାଟକରେ ପରିସ୍ରା କରୁଥିବାର ସେ ଦେଖିଥିଲେ । ତେଣୁ ତାହା ନ କରିବାକୁ ସେ ଓକିଲଙ୍କୁ କହିଥିଲେ । ତେବେ ତହସିଲ ପରିସରରେ ଅପରିଷ୍କାର ଶୌଚାଳୟରେ ସେ ପରିସ୍ରା କରିହେବନି ବୋଲି ଓକିଲ କହିଥିଲେ । ଏହା ମଧ୍ୟରେ ମାମଲାକୁ ଶାନ୍ତ କରିବା ପାଇଁ ଏସଡିଏମ ଓକିଲମାନଙ୍କୁ ଅପିଲ କରିଥିଲେ । ମାତ୍ର ସ୍ଥିତି ବିଗିଡ଼ି ଯିବାରୁ ଏସଡିଏମ ନିଜ କାନ ଧରି ଉଠ-ବସ୍ ହୋଇ କ୍ଷମା ପ୍ରାର୍ଥନା କରିଥିଲେ । ସେ କହିଥିଲେ, ’ମଁ ଏହି ତହସିଲର ସବୁଠାରୁ ବଡ଼ ଅଧିକାରୀ, ମୋ ପାଇଁ ଯଦି କାହାର କିଛି କ୍ଷତି ହୋଇଛି, ତେବେ ସେଥିପାଇଁ ମୁଁ କ୍ଷମା ମାଗୁଛି । ସେ ୫ ଥର ଉଠ-ବସ ହୋଇଥିଲେ । ଏସଡିଏମଙ୍କ ଏହି ବିନମ୍ର ଅପିଲ ପରେ ଓକିଲଙ୍କ କ୍ରୋଧ ଶାନ୍ତ ହୋଇଥିଲା ।