ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ବର୍ଜ୍ଯବସ୍ତୁରେ ନିର୍ମାଣ ୧୧ରୁ ଅଧିକ ସୁନ୍ଦର କଳାକୃତି
1 min readପୁରୀ : ମନ ମୋହୁଛି କଳାକୃତି । ସୁନ୍ଦର ଓ ଆକର୍ଷଣୀୟ କଳା । ବର୍ଜ୍ଯରେ ଅତି ସୁନ୍ଦର ଭାବେ ସଜାଇଛନ୍ତି କଳାକାର । ପୁରୀ ବେଳାଭୂମିର ସୌନ୍ଦର୍ଯ୍ଯକୁ ଦ୍ବିଗୁଣିତ କରିଛି ଏହି କଳାକୃତି । ପର୍ଯ୍ୟଟନ ଶିଳ୍ପ ଅବିବୃଦ୍ଧି ଲକ୍ଷ୍ଯରେ ଏହାକୁ ନିର୍ମାଣ କରିଛନ୍ତି କଳାକାର । ଭିବିନ୍ନ ପ୍ରକାରର ବର୍ଜ୍ୟ ଵସ୍ତୁ ବ୍ୟବହାର କରାଯାଇ ୧୧ ପ୍ରକାରର କଳାକୃତି ନିର୍ମାଣ ହୋଇଛି l ଏସପୁ ପୁରୀର ନୀଳାଦ୍ରି ବିଚର ସ୍ୱତ୍ରନ୍ତ୍ର ପରିଚୟ ସୃଷ୍ଟି କରିବା ସହ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି । ଅବ୍ୟବହୃତ ଟାୟାରରୁ ସମୁଦ୍ର କଙ୍କଡା, ଖାଲି ବୋତଲରେ ଜେଲି ଫିସ୍ ସହ ଅନ୍ଯାନ୍ଯ ବର୍ଜ୍ଯ ସାମଗ୍ରୀରେ ନିର୍ମାଣ ହୋଇଛି ଆକର୍ଷଣୀୟ କଳାକୃତି । ଯାହୁକ ବେଶ୍ ପ୍ରଶଂସା କରିଛନ୍ତି ପର୍ଯ୍ଯଟକ ।
ସମୁଦ୍ର ଗର୍ଭରେ ଥିବା ପ୍ରବାଳ ବୃକ୍ଷ ଓ ମାଛର କଳାକୃତି ସାଙ୍ଗକୁ କୁଟା ଓ ବାଉଁଶ ରେ ନିର୍ମିତ ସୁନ୍ଦର କଳା ଦେଖିବାକୁ ସଂଧ୍ଯାହେଲେ ଜମୁଛି ଭିଡ଼ । ଏହାସହ ବିଚରେ ଆୟୋଜିତ ହୋଇଛି ହସ୍ତଶିଳ୍ପ ହାଟ । ବେଳାଭୂମିରେ କଳାକୃତିକୁ ଦେଖିବା ସହ ହାଟରୁ ବିଭିନ୍ନ କଳାକୃତି କିଣି ନେଉଛନ୍ତି ପର୍ଯ୍ଯଟକ । ଏପରି ହାଟ ପ୍ରତିବର୍ଷ କରାଗଲେ ହସ୍ତ କାରିଗର ମାନେ ଉପକୃତ ହୋଇପାରିବେ ବୋଲି କହିଛନ୍ତି ଶିଳ୍ପୀ ।ଭାସ୍କର୍ଯ୍ୟ କଳା ପ୍ଲାଷ୍ଟିକ ବ୍ୟବହାରକୁ କମ କରିବା ଓ ସଚେତନତା ସୃଷ୍ଟି କରିବା ସହ ଆମ ପାରିପାର୍ଶ୍ଵିକ ପରିବେଷକୁ ପ୍ଲାଷ୍ଟିକ ପ୍ରଦୂଷଣ ମୁକ୍ତ କରିବା ଏହାର ମୂଳ ଉଦ୍ଦେଶ୍ୟ ବୋଲି କହିଛନ୍ତି ଇକୋ ଟୁରିଜିମ ଅଧିକାରୀ ।