spot_img

Latest Posts

ଜନ୍ତରମନ୍ତରରେ କୁସ୍ତି ଯୋଦ୍ଧାଙ୍କୁ ଆକ୍ରମଣ ଅଭିଯୋଗ

ନୂଆଦିଲ୍ଲୀ: ଦିଲ୍ଲୀ ଜନ୍ତରମନ୍ତରରେ କୁସ୍ତି ଯୋଦ୍ଧାଙ୍କ ସହ ଦଙ୍ଗଲ। ଦେଶ ପାଇଁ ମେଡାଲ ଆଣିଥିବା କୁସ୍ତି ଯୋଦ୍ଧାଙ୍କୁ ଆକ୍ରମଣ । ରାତିରେ କିଛି ନିଶାଶକ୍ତ ପୋଲିସ କର୍ମଚାରୀ ଆସି ଆକ୍ରମଣ କରିଥିବା ଅଭିଯୋଗ କରିଛନ୍ତି କୁସ୍ତି ଯୋଦ୍ଧା। ପୋଲିସ କର୍ମଚାରୀ ମାନେ ସେମାନଙ୍କୁ ଧକ୍କା ମାରିବା ସହ ଅସଭ୍ୟ ଭାଷାରେ ଗାଳି ଗୁଳଜ କରିଛନ୍ତି। ଯାହାକୁ ନେଇ ରାତି ତମାମ ଧାରଣାସ୍ଥଳରେ ବସିରହିଥିଲେ କୁସ୍ତି ଯୋଦ୍ଧା।

ଦିଲ୍ଲୀରେ ପ୍ରବଳ ବର୍ଷା ହେବା ପରେ ରାତିରେ ଶୋଇବା ପାଇଁ କୁସ୍ତି ଯୋଦ୍ଧା ମାନେ ବିଛଣା ଆଣୁଥିବା ବେଳେ ସେମାନଙ୍କୁ ଅଟକାଇଥିଲେ ପୋଲିସ। ଏହାପରେ ସ୍ଥିତି ଅଣାୟତ ହୋଇଥିଲା। କୁସ୍ତି ଯୋଦ୍ଧା ଓ ପୋଲିସଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଠେଲାପେଲା ମଧ୍ୟରେ ଜଣେ ଆହତ ହୋଇଥିବା ବେଳେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ବିନେଶ ଫୋଗଟଙ୍କୁ ଜଣେ ପୋଲିସ କର୍ମଚାରୀ ଗାଳିଗୁଲଜ କରିଥିଲେ।

ଏଭଳି ଘଟଣା ପରେ ଦିଲ୍ଲୀ ମହିଳା କମିଶନ ଅଧ୍ୟକ୍ଷା ସ୍ବାତି ମାଲିଓ୍ବାଲ ଘଟଣା ସ୍ଥଳକୁ ଯାଇଥିଲେ । କୁସ୍ତି ଯୋଦ୍ଧାଙ୍କ ସହ ଆଲୋଚନା କରୁଥିବା ବେଳେ ସ୍ବାତିଙ୍କୁ ମଧ୍ୟ ଦିଲ୍ଲୀ ପୋଲିସ ଅଟକ ରଖିଛି । ଏଭଳି ଘଟଣା ପରେ ଆନ୍ଦୋଳନକୁ ଆହୁରି ଜୋରଦାର କରିବା ପାଇଁ ଚେତାବନୀ ଦେଇଛନ୍ତି । ସେପଟେ ପୋଲିସ ଜନ୍ତରମନ୍ତରକୁ ଚାରିଆଡୁ ଘେରାଉ କରିଛି । କାହାରିକୁ ଜନ୍ତରମନ୍ତର ଛଡାଯାଉନାହିଁ । ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।

ଭାରତୀୟ କୁସ୍ତି ସଂଘର ସଭାପତି ବ୍ରିଜ ଭୂଷଣ ସିଂଙ୍କ ବିରୋଧରେ କୁସ୍ତି ଯୋଦ୍ଧାଙ୍କ ଧାରଣା ଜାରି ରହିଛି । ନ୍ୟାୟ ଦାବିରେ ଗତ ୧୧ ଦିନ ହେଲା ଧାରଣା ଦେଇଛନ୍ତି । ଦିଲ୍ଲୀ ପୋଲିସ ବ୍ରିଜ ଭୂଷଣଙ୍କ ନାରେ ଦୁଇଟି ମାମଲା ରୁଜୁ କରି ଚୁପ ବସିଥିବା ବେଳେ କୁସ୍ତି ଯୋଦ୍ଧାଙ୍କ ସହ ଦୁର୍ବ୍ୟବହାରକୁ ନିନ୍ଦା କରାଯାଇଛି ।

Latest Posts

Don't Miss