ସେଲଟର୍‌ ହୋମ୍‌ରୁ ଶ୍ରମିକଙ୍କ ପଳାୟନ: ୨୪ ଘଣ୍ଟା ମଧ୍ୟରେ କମିଟି ଗଠନ ପାଇଁ SCଙ୍କ ନିର୍ଦ୍ଦେଶ

1 min read

ନୂଆଦିଲ୍ଲୀ: ଲକ୍‌ଡାଉନ୍‌ ଯୋଗୁଁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଲୋକେ । ଏଥିଲାଗି ନିଜ ନିଜ ରାଜ୍ୟକୁ ପଳାୟନ କରୁଛନ୍ତି ଶ୍ରମିକ । ଯାହା କରୋନା ସଂକ୍ରମଣର ଆଶଙ୍କାକୁ ବଢ଼ାଇଦେଇଛି । ଏହାଦ୍ୱାରା ଭାରତରେ କରୋନା ଷ୍ଟେଜ୍‌-୨ରୁ ଷ୍ଟେଜ୍‌-୩କୁ ଯିବାର ଆଶଙ୍କା ରହିଛି । ଏଭଳି ପରିସ୍ଥିତିରେ ଏହାକୁ ରୋକିବା ନେଇ ଏକ କମିଟି ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମାନ୍ୟବର ସୁପ୍ରିମକୋର୍ଟ । ୨୪ ଘଣ୍ଟା ମଧ୍ୟରେ ସରକାର ରାଜନୀତିକ ଏବଂ ଧାର୍ମିକ ବ୍ୟକ୍ତିଙ୍କ ଏକ କମିଟି ଗଠନ କରିବା ଉଚିତ । ଯେଉଁମାନେ ପ୍ରତ୍ୟେକ ସେଲ୍‌ଟର ହୋମ୍‌କୁ ଯାଇ ଶ୍ରମିକମାନଙ୍କ ସହ କଥାବାର୍ତ୍ତା କରିବେ। ଏହା ବ୍ୟତୀତ ତାଲିମପ୍ରାପ୍ତ କାଉସିଲରମାନଙ୍କୁ ପ୍ରତ୍ୟେକ ଆଶ୍ରୟ ଗୃହକୁ ପଠାଯିବା ଉଚିତ୍ |

ପଳାୟନ ସମ୍ପର୍କରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଦାଖଲ ରିପୋର୍ଟର ଶୁଣାଣି କରି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏସ୍‌ ବୋବଡେ କହିଛନ୍ତି ଯେ, ଆପଣଙ୍କୁ ଭଜନ-କୀର୍ତ୍ତନ-ନମାଜ କିମ୍ବା କିଛି କରିବାକୁ ପଡ଼ୁ କିନ୍ତୁ ଆପଣଙ୍କୁ କରୋନା ଜୀବାଣୁ ବିଷୟରେ ଲୋକଙ୍କୁ ବିଶ୍ୱାସ କରିବାକୁ ପଡ଼ିବ। ଏଥିପାଇଁ ଜଣେ କାଉସିଲର ଆବଶ୍ୟକ ।

ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଛନ୍ତି ଯେ, ଆମେ ଧାର୍ମିକ ନେତା, ଧର୍ମଗୁରୁ ଏବଂ ସାଧୁମାନଙ୍କୁ ଏକାଠି କରି ସେମାନଙ୍କୁ ସେଲଟର୍‌ ହୋମ୍‌କୁ ନିଆଯିବ । ଏଥିସହିତ ଶ୍ରମିକମାନଙ୍କୁ ସେଲଟର୍ ହୋମ୍‌ରେ କାଉନସିଲିଂ ମଧ୍ୟ କରାଯିବ । ୨୪ ଘଣ୍ଟା ମଧ୍ୟରେ ଧାର୍ମିକ ନେତା ଓ କାଉନସିଲମାନଙ୍କୁ ଆଶ୍ରୟ ଗୃହକୁ ନିଆଯିବ ବୋଲି ସୁପ୍ରିମକୋର୍ଟଙ୍କୁ ଜଣାଇଛନ୍ତି ।

ସେଲ୍‌ଟର ହୋମ୍‌ରେ ସବୁ ସମୁଦାୟର ନେତାଙ୍କୁ ମଧ୍ୟ ନେଇଯିବାକୁ ସିଜେଆଇ ଏସ୍‌ଏ ବୋବଡେ ନିର୍ଦ୍ଦେଶ ଦେଇଛନ୍ତି । ଆମେ ବର୍ତ୍ତମାନ ଏକ ଅଭୂତପୂର୍ବ ସମସ୍ୟ ଦେଇ ଗତକରୁଛେ । ଏହି ସମୟରେ ଅଭୂତପୂର୍ବର ପଦକ୍ଷେପର ଆବଶ୍ୟକତା ରହିଛି । ଶ୍ରମିକମାନଙ୍କୁ ପଳାୟନକୁ ରୋକାଯାଉ ଏବଂ ସେମାନଙ୍କୁ ସେଲଟର୍ ହୋମ୍‌ରେ ହିଁ ରଖାଯାଉ ।

ଏଥିସହିତ ୨୪ ଘଣ୍ଟା ମଧ୍ୟରେ ହେଲ୍‌ଥ ସେକ୍ଟର ଏକ୍ସପୋର୍ଟଙ୍କୁ ନେଇ ପୋର୍ଟାଲ ନିର୍ମାଣ କରାଯାଉ । କରୋନାକୁ ନେଇ ମିଥ୍ୟା ପ୍ରଚାର କରୁଥିବା ଲୋକଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ।

Leave a Reply