ସାରା ରାଜ୍ୟକୁ ମାଡ଼ିଲାଣି ସ୍କ୍ରବ ଟାଇଫସ

ଭୁବନେଶ୍ବର: ଦୁଇରୁ ତିନୋଟି ଜିଲ୍ଲାକୁ ଛାଡ଼ିଲେ, ସାରା ରାଜ୍ୟକୁ ମାଡ଼ିଲାଣି ସ୍କ୍ରବ ଟାଇଫସ । କେବଳ ଗ୍ରାମାଞ୍ଚଳ ନୁହେଁ, ସହରାଞ୍ଚଳରେ ଏହା ବ୍ୟାପିଲାଣି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଚିହ୍ନଟ ହେଲେଣି ୨୮୨୨ ସ୍କ୍ରବ ଟାଇଫସ ରୋଗୀ । ୨୨ ହଜାର ୭୭ ଜଣଙ୍କ ନମୁନା ପରୀକ୍ଷା ହୋଇଛି । ବରଗଡ଼, ଝାରସୁଗୁଡା, ସମ୍ବଲପୁର, ସୁନ୍ଦରଗଡ଼, ବଲାଙ୍ଗୀର ଓ ବୁର୍ଲା ମେଡିକାଲରେ କେନ୍ଦ୍ରୀୟ ଟିମ ସ୍କ୍ରବ ଟାଇଫସ ସମୀକ୍ଷା କରିଛନ୍ତି । ସେମାନେ ଓଡ଼ିଶାର ପଦକ୍ଷେପକୁ ପ୍ରଶଂସା କରିଛନ୍ତି । କାରଣ ୨୦୧୯ରୁ ଓଡ଼ିଶା ସ୍କ୍ରବ ଟାଇଫସ ଟେଷ୍ଟିଂ କରୁଛି । ଟେଷ୍ଟିଂ ବଢ଼ାଇବା ସହ ଶୀଘ୍ର ଚିହ୍ନଟ ପାଇଁ କୁହାଯାଇଛି । ଖୁବଶୀଘ୍ର ଲିଖିତ ସୁପାରିଶ ମିଳିବା ପରେ ପରବର୍ତ୍ତି କାର୍ଯ୍ୟପନ୍ଥା ନିଆଯିବ ବୋଲି କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ । ସେହିପରି ରାଜ୍ୟ ସରକାରଙ୍କ ଟିମ ମଧ୍ୟ ବରଗଡ ଓ ସୁନ୍ଦରଗଡ଼ ଯାଇ ମୃତ୍ୟୁ ନେଇ ଯାଞ୍ଚ କରିଛନ୍ତି । ସମସ୍ତ ମୃତ୍ୟୁକୁ ନେଇ ଦ୍ୱନ୍ଦ୍ୱ ରହିଛି । କାରଣ ଘରୋଇ ହସ୍ପିଟାଲରେ ସେମାନଙ୍କ ମୃତ୍ୟୁ ହୋଇଛି । ଘରୋଇ ହସ୍ପିଟାଲରେ ଏଲିଶା ବଦଳରେ ରାପିଡ୍ଟେଷ୍ଟ ହେଉଛି ।