ଆଗ୍ରାର କ୍ୱାରେଣ୍ଟାଇନ ସେଣ୍ଟରରୁ ଆସିଲା ଅବ୍ୟବସ୍ଥାର ଚିତ୍ର, ଦୂରରୁ ଫିଙ୍ଗା ଯାଉଛି ଖାଇବା ପିଇବା ଜିନିଷ

1 min read

ଆଗ୍ରା: ଦେଶରେ ଜାରି ଥିବା କରୋନା କାୟା ମଧ୍ୟରେ ଆଗ୍ରାରୁ ଆଶ୍ଟର୍ଯ୍ୟ କରିଦେବା ଭଳି ଚିତ୍ର ଏବଂ ଭିଡିଓ ସାମ୍ନାକୁ ଆସିଛି । ଭିଡିଓଟିକୁ ଦେଖିଲେ ପ୍ରଶାସନର ଅବ୍ୟବସ୍ଥା ର ଏକ ଝଲକ  ଦେଖିବାକୁ ମିଳିବ । ଆଗ୍ରା- ମଥୁରା ରୋଡରେ ପ୍ରସ୍ତୁତ କରାଯାଇଥିବା କ୍ୱାରେଣ୍ଟାଇନ ସେଣ୍ଟରର ଲଜ୍ଜ୍ୟାଜନକ ଚିତ୍ର ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏଠାରେ କ୍ୱାରେଣ୍ଟାଇନରେ ରଖାଯାଇଥିବା ଲୋକମାନଙ୍କୁ ପଶୁଙ୍କୁ ଖାଇବାକୁ ଦିଆଯିବା ଭଳିଖାଇବା ସାମ୍ନାରୁ ଭିଙ୍ଗା ଯାଉଛି ଏବଂ ସାମାଜିକ ଦୂରତାର ତ କୌଣସି ଚିହ୍ନ ବର୍ଣ୍ଣ ଦେଖିବାକୁ ମିଳୁନି ।

https://twitter.com/Saurabh_Unmute/status/1254412293628030976

ଭିଡିଓରେ ଦେଖିବାକୁ ମିଳୁଛି ଯେ, କ୍ୱାରେଣ୍ଟାଇନରେ ଥିବା ଲୋକମାନ ଖାଇବା ଏବଂ ପାଣି ବୋଟଲ ପାଇବା ପାଇଁ କିପରି ବିକଳ ହେଉଛନ୍ତି । ପାଣି ବୋଟଲ ଏବଂ ବିସ୍କୁଟ ପ୍ୟାକେଟ ଗୁଡ଼ିକ ଦୂରରୁ ଭିଙ୍ଗି ସେମାନଙ୍କୁ ଦିଆଯାଉଥିବା ଦେଖିବାକୁ ମିଳୁଛି । ଭିଡିଓଟି ଭାଇରାଲ ହେବା ପରେ ଏବେ ସାଧାରଣ ଜନତା ପ୍ରଶାସନ ଉପରେ ଆଙ୍ଗିଠୁ ଉଠାଇଛନ୍ତି । କ୍ୱାରେଣ୍ଟାନରେ ଲୋକମାନଙ୍କୁ ଚିକିତ୍ସା କରିବା ପାଇଁ ରଖାଯାଇଛି ନା ଭୋକ ଉପାୟରେ ମାରିବା ପାଇଁ ରଖାଯାଇଛି ବୋଲି ପ୍ରଶ୍ନ କରିଛନ୍ତି । ଜଣାଇ ରଖୁଛୁ ଯେ  ଏଯାବତ ଆଗ୍ରାରେ ୩୭୧ଟି କରୋନା ମାମଲା ସାମ୍ନାକୁ ଆସିଛି । ଉତ୍ତର ପ୍ରଦେଶରେ ସବୁଠୁ ଅଧିକ କରୋନା ଆକ୍ରାନ୍ତ ମାମଲା ଆଗ୍ରାରେ ଦେଖିବାକୁ ମିଳିଛି ।

ଇତି ମଧ୍ୟରେ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ରବିବାର ସନ୍ଧ୍ୟାରେ ଜାରି କରାଯାଇଥିବା ସୂଚନା ମୁତାବକ, କରୋନା ଭାଇରସ ସଂକ୍ରମିତଙ୍କ ସଂଖ୍ୟା ୨୬,୯୧୭ ହୋଇଯାଇଛି । ବିଗତ ୨୪ ଘଣ୍ଟାରେ କରୋନାକ ୧୯୭୫ ନୂଆ ମାମଲା ଆସିଛି ଏବଂ ୪୭ ଜଣଙ୍କ ମୃତ୍ୟୁ ହୋଇସାରିଲାଣି । ଦେଶରେ ୮୨୬ ଜଣଙ୍କ ମୃତ୍ୟୁ ହୋଇସାରିଥିବା ବେଳେ ୫୯୧୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

Leave a Reply