spot_img

Latest Posts

ଆଜିଠାରୁ ଆରମ୍ଭ ହେବ ଏସସିଓ ସମ୍ମିଳନୀ, ବଢ଼ିବ ଭାରତ ଓ ଚୀନ ମଧ୍ୟରେ ସମ୍ପର୍କ

ନନ୍ଦିଘୋଷ ବ୍ୟୁରୋ : ବଢ଼ିବ ଭାରତ ଓ ଚୀନ ମଧ୍ୟରେ ସମ୍ପର୍କ। ଚୀନର ତିଆନଜିନରେ ଆଜିଠାରୁ ଆରମ୍ଭ ହେବ ସାଂଘାଇ ସହଯୋଗ ସଂଗଠନ ବା ଏସସିଓର ସମ୍ମିଳନୀ। ଏହି ଅବସରରେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ଭେଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତିଆନଜିନରେ ପହଞ୍ଚିବା ପରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କିଙ୍କ ସହ ଫୋନରେ କଥାବାର୍ତ୍ତା ହୋଇଛନ୍ତି ମୋଦି। ଏହା ସହ ରୁଷ-ୟୁକ୍ରେନ ଯୁଦ୍ଧ ପ୍ରସଙ୍ଗରେ ସେ ଆଲୋଚନା କରିଥିବା ସୂଚନା ମିଳିଛି। ଗତବର୍ଷ ଅକ୍ଟୋବରରେ ଜିନପିଙ୍ଗଙ୍କ ସହ ମୋଦିଙ୍କ ଭେଟଘାଟ ହୋଇଥିଲା। ପ୍ରକୃତ ନିୟନ୍ତ୍ରଣ ରେଖା ବା ଏଲଓସିରେ ଦୁଇ ଦେଶ ମଧ୍ୟରେ ସ୍ଥିରତା ବଜାୟ ରଖିବା ପ୍ରସଙ୍ଗରେ ଦୁଇ ନେତାଙ୍କ ମଧ୍ୟରେ ହୋଇଥିଲା ସହମତି। ଏସସିଓ ସମ୍ମିଳନୀ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ, ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଓ କେନ୍ଦ୍ର ଏସିଆର ବହୁ ନେତାଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ୨୦୨୦ରେ ଗଲୱାନ ସଂଘର୍ଷ ପରଠାରୁ ଦୁଇ ଦେଶ ମଧ୍ଯରେ କୂଚନୈତିକ ତିକ୍ତତା ଲାଗି ରହିଥିଲା। ଭାରତ ଉପରେ ଆମେରିକାର ୫୦ ପ୍ରତିଶତ ଟାରିଫ ଲାଗୁ ପରିପ୍ରେକ୍ଷୀରେ ଏହି ଆଲୋଚନା ଗୁରୁତ୍ବପୂର୍ଣ୍ଣ ହେବ। ଏସସିଓର ମୋଟ ସଦସ୍ୟ ସଂଖ୍ୟା ରହିଛି ୯। ସେମାନେ ହେଲେ ଚୀନ, ଭାରତ, କାଜାକସ୍ତାନ, କିରଗୀଜସ୍ତାନ, ପାକିସ୍ତାନ, ରୁଷ, ତାଜିକିସ୍ତାନ, ଉଜବେକିସ୍ତାନ ଓ ଇରାନ। ଏହାକୁ ୨୦୦୧ରେ ପ୍ରତିଷ୍ଠା କରାଯାଇଥିଲା।

Latest Posts

Don't Miss