ଦୁନିଆକୁ ବିନାଶରୁ ବଞ୍ଚାଇବେ ଗୋ-ମାତା! ବୈଜ୍ଞନିକମାନେ ବିକଶିତ କଲେ ଏକ ସ୍ବତନ୍ତ୍ର ଗାଈ
1 min readନନ୍ଦିଘୋଷ ବ୍ୟୁରୋ: ଦିନକୁ ଦିନ ଆମର ବିଶ୍ବର ସ୍ଥିତି ବିଗିଡ଼ିବାରେ ଲାଗିଛି । ବିଶ୍ବର ଧ୍ବଂସକୁ ନେଇ ଅନେକ ସମୟରେ ନୂଆ ନୂଆ ଭବିଷ୍ୟବାଣୀ କରାଯାଇଥାଏ । କିଛି ଲୋକ ତୃତୀୟ ବିଶ୍ବଯୁଦ୍ଧକୁ ନେଇ ମଧ୍ୟ କିଛି ଭୟଙ୍କର ଭବିଷ୍ୟବାଣୀ କରିଥାନ୍ତି । ବର୍ତ୍ତମାନ ସମୟରେ ଧରିତ୍ରୀ ବକ୍ଷରେ ଯେଉଁଭଳି ଭାବେ ଜଳବାୟୁ ପରିବର୍ତ୍ତନ ହେଉଛି, ଶତାଧିକ ବର୍ଷ ପରେ ଏଠାରେ ଜୀବନ ତିଷ୍ଠିବା ମୁସ୍କିଲ ହୋଇଯିବ । ତେବେ ଜଳବାୟୁର କ୍ଷତି ପାଇଁ ନାସାର ବେଜ୍ଞାନିକମାନେ ଗୋ-ମାତା ଅର୍ଥାତ ଗାଈକୁ ମଧ୍ୟ ଦାୟୀ କରିଥାନ୍ତି ।
ପ୍ରକୃତ କଥା ହେଉଛି, ଗାଈ ହାକୁଟି ମାରିବା ଫଳରେ ବିଷାକ୍ତ ମିଥେନ ଗ୍ୟାସ୍ ନିର୍ଗତ ହୋଇଥାଏ । ଏହା ଗ୍ରୀନହାଉସ ଅଟେ ଓ ଏହାଦ୍ବାରା ଧରିତ୍ରୀ କ୍ରମାଗତ ଭାବେ ଗରମ ହେବାରେ ଲାଗିଛି । ଏପରି ସ୍ଥିତିରେ ସ୍କଟଲାଣ୍ଡର ବୈଜ୍ଞାନିକମାନେ ଏପରି ଏକ ଗାଈ ବାଛୁରୀକୁ ବିକଶିତ କରିଛନ୍ତି, ଯେ କି ଦୁନିଆକୁ ବିନାଶରୁ ବଞ୍ଚାଇବାରେ ସହାୟକ ହେବ ବୋଲି କୁହାଯାଉଛି । ଏହି ବାଛୁରୀ ସାଧାରଣ ଗାଈଙ୍କ ଅପେକ୍ଷା କମ୍ ଗ୍ୟାସ ଛାଡ଼ିବ ଓ କମ୍ ଡକାର ମଧ୍ୟ ନେବ । ବୈଜ୍ଞାନିକମାନେ ଏହି ବାଛୁରୀର ନାମ ‘ହିଲଦା’ ରଖିଛନ୍ତି । ହିଲଦା ଦେଖିବାକୁ ଅନ୍ୟ ଗାଈ ପରି ହୋଇଥାଏ । ହିଲଦାକୁ ଏପରି ସଂଶୋଧିତ କରାଯାଇଛି କି,ସେ ଡକାର ନେବା ଓ ଶ୍ବାସ ରୋକିବା ଫଳରେ ହାନିକାରକ ଗ୍ରୀନହାଉସ ଗ୍ୟାସ ନିର୍ଗତ ହେବା ବନ୍ଦ ହୋଇଯିବ ।
ଆଇଭିଏଫ ଟେକନିକର ଉପଯୋଗ କରାଯାଇ ହିଲଦାର ଜନ୍ମ ହୋଇଛି, ଯେ କି କମ୍ ମିଥେନ ନିର୍ଗତ କରିବ । ସାଧାରଣ ଭାବେ ଗାଈମାନେ ଅତ୍ୟଧିକ ଗ୍ୟାସ ଉତ୍ପନ୍ନ କରିଥାନ୍ତି । ସେମାନଙ୍କର ହାକୁଟିରୁ ସୃଷ୍ଟି ହେଉଥିବା ମିଥେନ, କାର୍ବନ ଡାଇଅକ୍ସାଇଡ ତୁଳନାରେ ବାୟୁମଣ୍ଡଳକୁ ୨୮ ଗୁଣ ଅଧିକ ଗରମ କରିଥାଏ । ଦୁନିଆର ଗ୍ରୀନହାଉସ ଗ୍ୟାସ ନିଗର୍ମନର ୫ ପ୍ରତିଶତ ଗାଈ ଦ୍ବାରା ହୋଇଥାଏ । ସେଥିପାଇଁ ଗବେଷକମାନେ ସେହି ପ୍ରଭାବକୁ ହ୍ରାସ କରିବା ପାଇଁ ନୂଆ ତରିକା ସନ୍ଧାନରେ ଲାଗି ପଡ଼ିଥିଲେ । ସେଥିପାଇଁ ଶେଷରେ ସେମାନେ ହିଲଦାର ବିକଶିତ କରିବାରେ ସଫଳ ହୋଇଥିଲେ ।