ବୈଜ୍ଞାନିକ ତିଆରି କଲେ ରୋବଟ୍ ମୂଷା: ଦୌଡ଼ିବ ଅସଲି ମୂଷା ଭଳି

ବେଜିଂ: ଏବେ ଟେକନୋଲୋଜି ବହୁ ଆଗକୁ ଗଲାଣି । ବୈଜ୍ଞାନିକମାନେ ଟେକନୋଲୋଜି ବ୍ୟବହାର କରି ଆଶ୍ଚର୍ଯ୍ୟ କଲା ଭଳି ଜିନିଷ ତିଆରି କରୁଛନ୍ତି । ପ୍ରଥମେ ମଣିଷ ଭଳି ଦେଖାଯାଉଥିବା ରୋବଟ ତିଆରି କଲେ । ପରେ କୁକୁର ଏବଂ ମାଛ ରୋବଟ ତିଆରି ହେଲା । ଏବେ କିନ୍ତୁ ଚୀନର ବୈଜ୍ଞାନିକ ତିଆରି କରିଛନ୍ତି ରୋବଟ୍ ରାଟ୍ ବା ରୋବଟ୍ ମୂଷା ।

ବେଜିଂ ଇନଷ୍ଟିଚ୍ୟୁଟ ଅଫ ଟେକନୋଲୋଜିର  ବୈଜ୍ଞାନିକ ଏହି ରୋବୋ ତିଆରି କରିଛନ୍ତି । ୪ଟା ଗୋଡ଼ ଥିବା ଏହି ମୂଷାର ନାଁ ହେଉଛି ସ୍କ୍ୟୁରୋ । ଗୋଟେ ଅସଲି ମୂଷା ଭଳି ଏହା ସବୁ କାମ କରିପାରିବ । ଏହି ମୂଷା ଠିଆ ହୋଇପାରିବ ଏବଂ ଚାଲିପାରିବ ମଧ୍ୟ । ଏହା ନିଜ ଓଜନର ୯୧ ପ୍ରତିଶତ ପର୍ଯ୍ୟନ୍ତ ଭାର ଉଠାଇ ପାରିବ । ଛୋଟ ଏବଂ ସଂକୀର୍ଣ୍ଣ ସ୍ଥାନରେ ଉଦ୍ଧାର ସମୟରେ ଏହା ଉପଯୋଗୀ ପ୍ରମାଣିତ ହେବ ବୋଲି ବୈଜ୍ଞାନିକ କହିଛନ୍ତି ।

ବେଜ୍ଞାନିକମାନେ କରିଛନ୍ତି ଯେ ଏହି ମୂଷାକୁ ପୂରା ଅସଲି ମୂଷା ଭଳି ତିଆରି କରାଯାଇଛି । ତାର ଗତିବିଧିକୁ ଅସଲ ମୂଷା ଭଳି କରାଯାଇଛି । ଏହି କାରଣରୁ ଏହା ସରୁ ରାସ୍ତାରେ ବି ଚାଲିପାରିବ । ଏହାକୁ ତିଆରି କରିବା ପାଇଁ ଅସଲ ମୂଷାର ଗତିବିଧିକୁ ବି ଅନୁଧ୍ୟାନ କରାଯାଇଥିଲା । ଏହାପରେ ଏହି ରୋବୋଟର ବି ମେରୁଦଣ୍ଡ ଅସଲ ମୂଷାର ମେରୁଦଣ୍ଡ ଭଳି ତିଆରି କରାଯାଇଥିଲା । ଏହାକୁ ତିଆରି କରିବା କାମ ଶେଷ ହୋଇଛି । ଏହି ମୂଷା ଚାଲିପାରିବ । ଯଦି ଏହା ଓଲଟିଯାଏ ତାହାଲେ ସିଧା ବି ହୋଇପାରିବ ।