spot_img

Latest Posts

କମିଶନରେଟ ପୋଲିସ ଫୋକସରେ ପ୍ରାଥମିକ ତଦନ୍ତ ଓ ଆଖପାଖରୁ ପ୍ରମାଣ ଯୋଗାଡ଼ କରିବା

ଭୁବନେଶ୍ୱର: କମିଶନରେଟ ପୋଲିସର ସାଇଣ୍ଟିଫିକ ପାଠସାଳା। ପ୍ରତି ଥାନାରୁ ପ୍ରସ୍ତୁତ ହେବେ ଫୋରେନସିକ ଆସୋସିଏଟ। ଫୋକସରେ ପୋଲିସର ତଦନ୍ତ ଓ ପ୍ରମାଣ ଯୋଗାଡ଼ କରିବା। ପ୍ରମାଣ ଅଭାବରୁ ଅପାରାଧୀ କିଭଳି ଖସି ନ ଯିବେ। ଏଥିପାଇଁ ଟୁଇନସିଟିରେ ପ୍ରତ୍ୟେକ ଥାନାର କନଷ୍ଟେବଳ ମାନଙ୍କୁ ପୋଲିସ ସେବା ଭବନରେ ସାଇଣ୍ଟିଫିକ ଟ୍ରେନିଂ ଦିଆ ହୋଇଛି।

ମର୍ଡର ହେଉ ବା ସୁଇସାଇଡ଼ କି ଚୋରି ହେଉ। ଦୁଷ୍କର୍ମଠୁ ନେଇ ଦୁର୍ଘଟଣା ପର୍ଯ୍ୟନ୍ତ। ଏସବୁ ସ୍ତରରେ ପ୍ରାଥମିକ ତଦନ୍ତ ଉପରେ ନିର୍ଭର କରିଥାଏ ଘଟଣାର ମୋଡ଼। ଘଟଣା ସ୍ଥଳର ଆଖପାଖରେ ଥିବା ପ୍ରମାଣ ଅଭିଯୁକ୍ତକୁ ଧରିବାରେ ସହାୟକ ହୋଇଥାଏ। ଯାହାକୁ ଯୋଗାଡ଼ କରିବା ପୋଲିସର ହୋଇଥାଏ ମୁଖ୍ୟ ଦାୟୀତ୍ୱ। ଅନେକ ସମୟରେ ଦେଖାଯାଏ ଏସବୁ ପ୍ରମାଣ ନଷ୍ଟ ଯୋଗୁଁ ଅଭିଯୁକ୍ତ ସହଜରେ ଆଇନର ଜାଲରୁ ଖସି ଯାଏ । ଯାହାଫଳରେ କେସ୍‌ ଦୁର୍ବଳ ହେବା ସହ ଅଭିଯୁକ୍ତ ସହଜରେ ଖସିଯାଏ।

ଏସବୁ ପ୍ରମାଣକୁ ଘଟଣା ସ୍ଥଳରୁ ସୁଚାରୁ ରୂପେ କେମିତି ଯୋଗାଡ଼ କରିବାକୁ ହେବ ସେ ନେଇ ପୋଲିସ ଆରମ୍ଭ କରିଛି ତାଲିମ ପ୍ରକ୍ରିୟା। ଯାହାକୁ ନେଇ ଫୋରେନସିକ ଅଧିକାରୀ ଆରମ୍ଭ କରିଛନ୍ତି ତାଲିମ ଶିବିର। ଯାହାକୁ ନେଇ ଭୁବନେଶ୍ୱରର ସବୁ ଥାନାର କର୍ମଚାରୀଙ୍କୁ ଦିଆଯାଇଛି ସ୍ୱତନ୍ତ୍ର ତାଲିମ। ଏହା ସହିତ ପ୍ରତି ଥାନାକୁ ଦିଆଯାଇଛି ଫୋରେନସିକ କିଟ। ଅପରାଧିକ ମାମଲା ହେଲେ ତାଲିମ ପାଇଥିବା କନେଷ୍ଟବଳ ଘଟଣା ସ୍ଥଳରେ ପହଞ୍ଚି ପ୍ରମାଣ ନଷ୍ଟ ହେବା ପୂର୍ବରୁ ପ୍ରମାଣ ଯୋଗାଡ଼ କରିବେ। ଯାହା ଫଳରେ ତଦନ୍ତ ସହଜ ହେବ ।

Latest Posts

Don't Miss