ଆଜିଠୁ ଖୋଲିବ ସ୍କୁଲ, କରୋନା କଟକଣା ସହ ଚାଲିବ ପାଠପଢ଼ା

ନୂଆଦିଲ୍ଲୀ: ଆଜିଠୁ ଦେଶର ବିଭିନ୍ନ ରାଜ୍ୟରେ ପ୍ରଥମରୁ ଦଶମ ପର୍ଯ୍ୟନ୍ତ ସ୍କୁଲ ଖୋଲିବ । କରୋନା ସ୍ଥିତି ସୁଧୁରୁଥିବାରୁ ସ୍କୁଲ ଖୋଲିବା ନେଇ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର  । ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ, ତେଲେଙ୍ଗାନା, ହିମାଚଳ ପ୍ରଦେଶରେ ଆଜିଠୁ ସ୍କୁଲ ଖୋଲିବ । ଛାତ୍ରଛାତ୍ରୀଙ୍କ ପରିବାର ଲୋକଙ୍କ ସହ ମଧ୍ୟ ସ୍କୁଲ ପକ୍ଷରୁ ଆଲୋଚନା କରାଯାଇଛି । କରୋନା ପାଇଁ ପାଖପାଖି ଦୁଇ ବର୍ଷ ହେଲା ସ୍କୁଲ ବନ୍ଦ ଥିବାରୁ ଅଭିଭାବକମାନେ ସ୍କୁଲ ଖୋଲିବାକୁ ସହମତି ଦେଇଥିଲେ । ତେବେ କରୋନା କଟକଣା ମଧ୍ୟରେ ସ୍କୁଲ ଖୋଲାଯିବ । ଅନଲାଇନରେ ପାଠପଢା ହେଉଥିଲେ ମଧ୍ୟ ଏହା ସଫଳ ନୁହେଁ ବୋଲି ଅଭିଭାବକ କହିଛନ୍ତି । ସରକାରୀ ସ୍କୁଲର ବିଦ୍ୟାର୍ଥୀ ବ୍ୟାପକ ଭାବେ ପ୍ରଭାବିତ ହୋଇଛନ୍ତି । ସ୍କୁଲ ସହ ହଷ୍ଟେଲ ମଧ୍ୟ ଖୋଲିବକୁ ନିଷ୍ପତ୍ତି ହୋଇଛି । ଛାତ୍ରଛାତ୍ରୀମାନେ ଯେପରି ସୁସ୍ଥ ରହିବେ ସେନେଇ ଉଭୟ ଅଭିଭାବକ ଓ ସ୍କୁଲ କର୍ତ୍ତୁପକ୍ଷ ଦାୟିତ୍ୱ ନେବେ । ସାମାନ୍ୟ ଅସୁସ୍ଥ ହେଲେ ସ୍କୁଲ ଆସିବା ଆବଶ୍ୟକ ନାହିଁ । ଅଫଲାଇନ କ୍ଲାସ ସହ ଅନଲାଇନ୍‌ କ୍ଲାସ ବି ଜାରି ରହିବ । ଯେଉଁମାନେ ଅନଲାଇନ୍‌ କ୍ଲାସ କରିବାକୁ ଚାହୁଁଛନ୍ତି ସେମାନେ କରିପାରିବେ । ଏପଟେ କିଛି ରାଜ୍ୟରେ ସ୍କୁଲ ଆସିବା ସହ ଅଭିଭାବକଙ୍କ ଅନୁମତି ପତ୍ର ନେଇ ଆସିବା ପାଇଁ କୁହାଯାଇଛି ।

Leave a Reply