ସ୍ୱାସ୍ଥ୍ୟ ବିଭାଗ ଜାରି କରିଥିବା ଆଡଭାଇଜରିକୁ ପାଳନ କରିବ ସ୍କୁଲ

ଭୁବନେଶ୍ୱର: କରୋନା ପାଇଁ ସମସ୍ତଙ୍କ ମନରେ ଭୟ ଓ ଆତଙ୍କ । ଏବେ କରୋନା ଭାଇରସ ଏତେ ଭୟଙ୍କର ହୋଇଯାଇଛି ଯେ, ନାଁ ଶୁଣିଲେ ଅସ୍ତବ୍ୟସ୍ତ ହୋଇପଡ଼ୁଛି ଜନଜୀବନ । ଏହି ଭାଇରସ ପାଇଁ ବର୍ତ୍ତମାନ ସୁଧା ଚିନରେ ୪ଶହରୁ ଅଧିକ ଲୋକଙ୍କ ପ୍ରାଣ ଗଲାଣି । ଏବଂ ୨୦ହଜାର ଅଧିକ ଏଥିରେ ସଂକ୍ରମିତ ।

ତେବେ କେବଳ ସେତିକି ନୁହେଁ କେରଳରେ ୩ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି, ଯେଉଁମାନେ କି ଚିନର ଉହାନ ଅଞ୍ଚଳରେ ରହୁଥିଲେ । ତେବେ ଏଭଳି ପରିସ୍ଥିତିରେ ଭୟଭୀତ ହୋଇପଡ଼ିଛନ୍ତି ଲୋକେ । ଏନେଇ ଆଗକୁ ପରୀକ୍ଷା ଋତୁ । ତେଣୁ ସ୍କୁଲରେ କରୋନା ନେଇ ସତର୍କତାମୂଳକ ପଦକ୍ଷେପ ନିଆଯାଉଛି । ସ୍କୁଲରେ ଯଦି କୈାଣସି ଛାତ୍ରଛାତ୍ରୀଙ୍କଠାରେ ଥଣ୍ଡା କି ଜ୍ୱର ଲକ୍ଷଣ ଦେଖାଯାଏ, ତେବେ ତୁରନ୍ତ ଶିକ୍ଷକମାନେ ଚିକିତ୍ସା ବ୍ୟବସ୍ଥା କରିବେ । ସ୍ୱାସ୍ଥ୍ୟ ବିଭାଗ ଜାରି କରିଥିବା ଆଡଭାଇଜରିକୁ ସ୍କୁଲରେ ପାଳନ କରାଯିବ ।

Leave a Reply