ଲକ୍‌ଡାଉନ୍‌ ପରେ ସ୍କୁଲକୁ ‘ଅଡ୍‌-ଇଭେନ୍‌’ରେ ଆସିବେ ଛାତ୍ରଛାତ୍ରୀ, NCERTର ଯୋଜନା

1 min read

ନୂଆଦିଲ୍ଲୀ: କରୋନା ଭାଇରସ୍ କାରଣରୁ ସବୁ ଲକ୍‌ଡାଉନ୍‌ରେ ରହିଛି । ସ୍କୁଲ-କଲେଜ ମଧ୍ୟ ବନ୍ଧ ରହିଛି । ହେଲେ ଲକ୍‌ଡାଉନ୍‌ ଖୋଲିବା ପରେ ଜୁଲାଇ ମାସରୁ ସ୍କୁଲ କଲେଜ୍‌ ଖୋଲିବା ପ୍ରକ୍ରିୟା ଆରମ୍ଭ ହେବ । ତେବେ ସ୍କୁଲ ଖୋଲିବା ପରେ ସେଠାରେ ‘ଅଡ୍‌-ଇଭେନ୍‌’ କାର୍ଯ୍ୟକାରୀ ହୋଇପାରେ । ଚାଇନାର ବୁହାନ୍‌ ସହରରୁ ଆସିଥିବା ମହାମାରୀ କରୋନା ଜୀବାଣୁ ବିସ୍ତାରକୁ ରୋକିବା ପାଇଁ ମେ ୧୭ ପର୍ଯ୍ୟନ୍ତ ଭାରତରେ ଲକଡାଉନ୍ ଲାଗୁ କରାଯାଇଛି ।

କ୍ଲାସରେ ଦିନକୁ ୫୦% ପିଲା ରହିବେ

ରିପୋର୍ଟ ଅନୁଯାୟୀ, ମେ ୧୭ ରେ ଲକ୍‌ଡାଉନ୍‌ ଖୋଲିବା ପରେ ବିଦ୍ୟାଳୟରେ ‘ଅଡ୍‌-ଇଭେନ୍‌’ ପ୍ରକ୍ରିୟା ଗ୍ରହଣ କରାଯାଇପାରେ । ଏହି ଅନୁଯାୟୀ, ଗୋଟିଏ ଦିନରେ କ୍ଲାସ୍‌ରେ ୫୦ ପ୍ରତିଶତ ଛାତ୍ରଛାତ୍ରୀଙ୍କ ଉପସ୍ଥିତି ପଞ୍ଜିକୃତ ହେବ । ଏହାର ଅର୍ଥ ଛାତ୍ରଛାତ୍ରୀ ଦିନେ ଛଡ଼ା ଦିନେ କ୍ଲାସ୍‌ ଆସିବେ ।

NCERT ପୁନର୍ବାର ବିଦ୍ୟାଳୟ ଖୋଲିବାକୁ ଚିନ୍ତା କରୁଛି

ସୂଚନା ଅନୁଯାୟୀ, ଯେ ନ୍ୟାସନାଲ କାଉନସିଲ୍ ଅଫ୍ ଏଜୁକେସନାଲ୍ ରିସର୍ଚ୍ଚ ଆଣ୍ଡ ଟ୍ରେନିଂ ଯଥା NCERT ପୁଣିଥରେ ବିଦ୍ୟାଳୟ ଖୋଲିବା ପାଇଁ ଗମ୍ଭୀରତାର ସହ ବିଚାର କରୁଛି । ଏହା ସହିତ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ଆସନ୍ତା ସପ୍ତାହରେ ସାମାଜିକ ଦୂରତା, ଶିକ୍ଷାଦାନ ପଦ୍ଧତି ସହିତ ଅନ୍ୟାନ୍ୟ ସତର୍କତାମୂଳକ ପଦକ୍ଷେପ ବିଷୟରେ ଏକ ବଡ଼ ଘୋଷଣା କରିପାରେ ।

ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟର ମଞ୍ଜୁରୀ ଲୋଡ଼ା

ବିଦ୍ୟାଳୟ ଏବଂ ଛାତ୍ରମାନଙ୍କ ମଧ୍ୟରେ ଦୂରତା କମାଇବାକୁ, NCERT ପକ୍ଷରୁ ଟିଭି ମାଧ୍ୟମରେ ‘ଇଚ୍‌ କ୍ଲାସ୍‌ ଓ୍ୱାନ୍‌ ଚ୍ୟାନେଲ୍‌’ ଭଳି ଏକ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଯୋଜନା କରୁଛି । ଏନେଇ NCERT ନିର୍ଦ୍ଦେଶକ ଏଚ୍ ସେନାପତି କହିଛନ୍ତି ଯେ, ଏଥିପାଇଁ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟରୁ ଅନ୍ତିମ ମଞ୍ଜୁରି ଆବଶ୍ୟକ ।

Leave a Reply