ସେପ୍ଟେମ୍ବର ପହିଲାରୁ ଦିଲ୍ଲୀରେ ଖୋଲିବ ଷଷ୍ଠରୁ ଦ୍ୱାଦଶ ଶ୍ରେଣୀ
1 min readନୂଆଦିଲ୍ଲୀ: କରୋନା ସଂକ୍ରମଣ ମାମଲା ହ୍ରାସ ପାଇବା ପରେ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି ଦିଲ୍ଲୀ ସରକାର । ପର୍ଯ୍ୟାୟକ୍ରମେ ସ୍କୁଲ୍ ଖୋଲିବ । ୧ ସେପ୍ଟେମ୍ବରରୁ ନବମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ସ୍କୁଲ ଖୋଲିବ । ଏହାପରେ ସେପ୍ଟେମ୍ବର ୮ରୁ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ଯାଏଁ ଶ୍ରେଣୀଗୃହ ପାଠପଢ଼ା ଆରମ୍ଭ ହେବ ।
Schools in Delhi to re-open in a phased manner. Classes for std 9th to 12th will begin from September 1st. Classes for std 6th to 8th will begin from September 8th. pic.twitter.com/BqlL0PQ0Mf
— ANI (@ANI) August 27, 2021
ଅନ୍ୟପଟେ ଆସନ୍ତା ମାସରୁ କରୋନାର ତୃତୀୟ ଲହର ଆଶଙ୍କାକୁ ନେଇ ଅଭିଭାବକଙ୍କ ମନରେ ସଂଶୟ ସୃଷ୍ଟି କରିଛି । କିଛି ଅଭିଭାବକ ସ୍କୁଲ୍ ଖୋଲିବା ସପକ୍ଷରେ ରହିଛନ୍ତି । କାରଣ ବିଶେଷଜ୍ଞଙ୍କ କହିବା କଥା ତୃତୀୟ ପ୍ରବାହରେ ଛୁଆ ବେଶି ପ୍ରଭାବିତ ହେବେ ନାହିଁ ।