spot_img

Latest Posts

କରୋନା କଟକଣାରେ ରାଜ୍ୟରେ ଖୋଲିଲା ସ୍କୁଲ

ଭୁବନେଶ୍ୱର: ବାଜିଲା ବେଲ୍, ଖୋଲିଲା ସ୍କୁଲ। କରୋନା କାରଣରୁ ଦୀର୍ଘ ଦିନ ପରେ ରାଜ୍ୟରେ ଖୋଲିଛି ସ୍କୁଲ। ପିଲାଙ୍କର ଅନ୍‌ଲାଇନ୍‌ରେ ପାଠପଢ଼ା ହେଉଥିବା ବେଳେ ଆଜି ରାଜ୍ୟରେ ଶ୍ରେଣୀଗୃହରେ ଆରମ୍ଭ ହେଲା ଦଶମ ଓ ଦ୍ୱାଦଶ ପାଠପଢା। ବହୁ ଦିନ ପରେ ସ୍କୁଲ ଖୋଲିଥିବାରୁ ଖୁସି ବ୍ୟକ୍ତ କରିଛନ୍ତି ଛାତ୍ରଛାତ୍ରୀ ଓ ଶିକ୍ଷକ, ଶିକ୍ଷୟତ୍ରି।

ନିର୍ଦ୍ଧାରିତ ସମୟ ଅନୁଯାୟୀ ସକାଳ ୧୦ଟାରୁ କ୍ଲାସ ଆରମ୍ଭ ହୋଇ ଦିନ ଗୋଟାଏ ୩୦ ଯାଏ ଚାଲିବ। ଏହି ସମୟରେ ପିଲାଙ୍କୁ ବ୍ରେକ ପାଇଁ ଛଡାଯିବ ନାହିଁ। କରୋନା କଟକଣା ଭିତରେ ଖୋଲିଛି ସମସ୍ତ ସ୍କୁଲ୍। କ୍ଲାସ୍ ରୁମ୍ ସାନିଟାଇଜ୍ କରାଯିବା ସହିତ ପରିସରକୁ ସଫା ସୁତୁରା କରାଯାଇଛି।

ପିଲାମାନେ ଯେପରି ହାତ ଭଲ କରି ଧୋଇବେ, ସାମାଜିକ ଦୂରତ୍ୱ ମାନି କ୍ଲାସରେ ବସିବେ ଏବଂ ସବୁବେଳେ ମାସ୍କ ପିନ୍ଧିବେ ସେଥିପ୍ରତି ସ୍କୁଲ ପକ୍ଷରୁ ସଚେତନ କରାଯାଇଛି। ଯେଉଁମାନେ ସ୍କୁଲ ନ ଆସିବେ ସେମାନଙ୍କ ଅନଲାଇନ୍ କ୍ଲାସରେ ସାମିଲ ହୋଇପାରିବେ। କରୋନାର ଦ୍ୱିତୀୟ ଲହର ସଂକ୍ରମଣ ହ୍ରାସ ପାଇବା ପରେ ଅନଲାଇନ୍ ସହ ଅଫଲାଇନ୍ କ୍ଲାସ୍ ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି।

Latest Posts

Don't Miss