ଲକ୍‌ଡାଉନ୍‌ ପରେ ବଦଳିବ ସ୍କୁଲ ଚିତ୍ର, ନୂଆ ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରୁଛନ୍ତି ସରକାର

Schools May Open After Diwali Know What Saying School And Mass Education Minister Sameer Dash

ଦେଶରେ କରୋନା ସ୍ଥିତି ଦୁର୍ବଳ ହେବା ପରେ ତଥା ଲକ୍‌ଡାଉନ୍‌ ଖୋଲିବା ପରେ, ସମସ୍ତ ସ୍କୁଲ ଖୋଲାଯିବ । ପିଲାମାନେ ପୁଣି ସ୍ୱଭାବିକ୍‌ ଭାବେ ସ୍କୁଲକୁ ପାଠ ପାଢ଼ିବା ପାଇଁ ଯିବେ । ହେଲେ ପିଲାଙ୍କ ପାଇଁ ସ୍କୁଲର ରୁପ ଢ଼ଙ୍ଗ ବଦଳି ଯାଇଥିବ । ପିଲାଙ୍କ ପାଇଁ ସ୍କୁଲ ଆଉ ପୂର୍ବଭଳି ନଥିବ । ଖାଲି ସେତିକି ନୁହେଁ ଶିକ୍ଷକ ଶିକ୍ଷୟତ୍ରୀ ଏବଂ ଅନ୍ୟ କର୍ମଚାରୀଙ୍କ ପାଇଁ ମଧ୍ୟ ସ୍କୁଲ ନୂଆ ଲାଗିବ । ସ୍କୁଲରେ ଅନେକ ପରିବର୍ତ୍ତନ ଦେଖାଯିବ । ଛାତ୍ର ଏବଂ ଶିକ୍ଷକମାନଙ୍କୁ ଏହି ପରିବର୍ତ୍ତନଗୁଡିକୁ ଗ୍ରହଣ କରିବାକୁ ପଡିବ । ଏଥିପାଇଁ କେନ୍ଦ୍ର ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଗତ ସପ୍ତାହରେ ସବୁ ରାଜ୍ୟର ଶିକ୍ଷାମନ୍ତ୍ରୀମାନଙ୍କ ସହ ହୋଇଥିବା ଏକ ବୈଠକରେ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ଡକ୍ଟର ରମେଶ ପୋଖ୍‌ରିଆଲ ନିଶଙ୍କ ଏନେଇ ଆଲୋଚନା କରିଥିଲେ ।

କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟର ଅଧିକାରୀଙ୍କ ସୂଚନା ଅନୁଯାୟୀ, ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ବିଭାଗ ଦ୍ୱାରା ସ୍କୁଲଗୁଡ଼ିକରେ ପରିବର୍ତ୍ତନ ନେଇ ନୂଆ ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରାଯାଉଛି । ଖୁବ୍‌ଶୀଘ୍ର ତାହା ପ୍ରକାଶ ପାଇବ ।

ନୂଆ ନିର୍ଦ୍ଦେଶାବଳୀ ଅନୁଯାୟୀ, ମୁଖ୍ୟତଃ ଶ୍ରେଣୀରେ ଛାତ୍ରଛାତ୍ରୀଙ୍କ ବସିବା ବ୍ୟବସ୍ଥା, ସାମାଜିକ ଦୂରତା ଏବଂ ବିଦ୍ୟାଳୟରେ ପରିଷ୍କାର ପରିଚ୍ଛନ୍ନତା ପାଇଁ ଏହି ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରାଯାଉଛି । ଥରେ ଏହି ନିର୍ଦ୍ଦେଶାବଳୀ ଚୂଡ଼ାନ୍ତ ହେବା ପରେ ସେଗୁଡିକ ଦେଶର ବିଦ୍ୟାଳୟଗୁଡ଼ିକ ପାଇଁ ଲାଗୁ କରିଦିଆଯିବ ।

ମନ୍ତ୍ରଣାଳୟ କହିଛି ଯେ ଯେତେବେଳେ ସ୍କୁଲ ଏବଂ କଲେଜ ଖୋଲାଯିବ, ଛାତ୍ରଛାତ୍ରୀଙ୍କ ସୁରକ୍ଷା ଏବଂ ସ୍ୱାସ୍ଥ୍ୟ ପାଇଁ ସାମାଜିକ ଦୂରତା ନିୟମର ସମ୍ପୂର୍ଣ୍ଣ ଯତ୍ନ ନେବା ଦିଗରେ ବିଶେଷ ଗୁରୁତ୍ୱ ଦିଆଯିବ । ସୂଚନାଯୋଗ୍ୟ ଯେ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ଉଚ୍ଚଶିକ୍ଷା ପ୍ରତିଷ୍ଠାନଗୁଡ଼ିକ ପାଇଁ ଆବଶ୍ୟକ ନିର୍ଦ୍ଦେଶାବଳୀ ଜାରି କରିଛି ।

Leave a Reply