spot_img

Latest Posts

ବସ୍ତାନି ସଜାଡ଼ିଲେଣି ଛାତ୍ରଛାତ୍ରୀ, ଆଉ କିଛି ସମୟ ପରେ ଖୋଲିବ ସ୍କୁଲ

ଭୁବନେଶ୍ୱର: ଆଜିଠୁ ବାଜିବ ସ୍କୁଲ ଘଣ୍ଟା। ରାଜ୍ୟରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପାଇଁ କ୍ଲାସ୍ ରୁମରେ ହେବ ପାଠପଢା। ବସ୍ତାନୀ ସଜାଡି ପ୍ରସ୍ତୁତ ହୋଇଛନ୍ତି ଛାତ୍ରଛାତ୍ରୀ। ସକାଳ ୧୦ଟାରୁ କ୍ଲାସ ଆରମ୍ଭ ହୋଇ ଦିନ ଗୋଟାଏ ୩୦ ଯାଏ ଚାଲିବ। ନା ହେବ ପ୍ରାର୍ଥନା ନା ଟିଫିନ ବ୍ରେକ, ନନଷ୍ଟପ୍ ଚାଲିବ କ୍ଲାସ। କରୋନା କଟକଣା ଭିତରେ ଖୋଲିବ ସମସ୍ତ ସ୍କୁଲ୍। କରୋନାର ଦ୍ୱିତୀୟ ଲହର ସଂକ୍ରମଣ ହ୍ରାସ ପାଇବା ପରେ ଅନଲାଇନ୍ ସହ ଅଫଲାଇନ୍ କ୍ଲାସ୍ ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ସ୍କୁଲଗୁଡିକରେ ସମସ୍ତ ପ୍ରସ୍ତୁତି ସରିଛି।

କ୍ଲାସ୍ ରୁମ୍ ସାନିଟାଇଜ୍ କରାଯିବା ସହିତ ପରିସରକୁ ସଫା ସୁତୁରା କରାଯାଇଛି। ପିଲାମାନେ ଯେପରି ହାତ ଭଲ କରି ଧୋଇବେ, ସାମାଜିକ ଦୂରତ୍ୱ ମାନି କ୍ଲାସରେ ବସିବେ ଏବଂ ସବୁବେଳେ ମାସ୍କ ପିନ୍ଧିବେ ସେଥିପ୍ରତି ସ୍କୁଲ ପକ୍ଷରୁ ସଚେତନ କରାଯାଇଛି। ଏହାସହ ଅଭିଭାବକ ଓ ଛାତ୍ରଛାତ୍ରୀଙ୍କୁ ମଧ୍ୟ ସଚେତନ କରିଛନ୍ତି କର୍ତ୍ତୃପକ୍ଷ। ଦୀର୍ଘଦିନ ପରେ ସ୍କୁଲ ଖୋଲୁଥିବାରୁ ଛାତ୍ରଛାତ୍ରୀ ଉତ୍ସାହିତ ଅଛନ୍ତି। ଯେଉଁମାନେ ସ୍କୁଲ ନ ଆସିବେ ସେମାନଙ୍କ ଅନଲାଇନ୍ କ୍ଲାସ ଜାରି ରହିବ ବୋଲି କୁହାଯାଇଛି।

Latest Posts

Don't Miss