ରାଜ୍ୟରେ କରୋନା ପାଇଁ ବନ୍ଦ ହେବନି ସ୍କୁଲ

1 min read

ଭୁବନେଶ୍ୱର: ରାଜ୍ୟରେ କରୋନା ପାଇଁ ବନ୍ଦ ହେବନି ସ୍କୁଲ । ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏହି ସୂଚନା ଦେଇଛନ୍ତି । କୌଣସି ସରକାରୀ ସ୍କୁଲ ଛାତ୍ରଛାତ୍ରୀ କରୋନା ଆକ୍ରାନ୍ତ ହୋଇନାହାନ୍ତି । କିଛି ଘରୋଇ ଶିକ୍ଷାନୁଷ୍ଠାନରେ କରୋନା ସଂକ୍ରମଣ ହୋଇଛି । ତେଣୁ ନବମ ଓ ଏକାଦଶ ଶ୍ରେଣୀ ପାଇଁ ସ୍କୁଲ ବନ୍ଦ ହେବ ନାହିଁ ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି । ଆସନ୍ତାକାଲି ସେମାନଙ୍କ ଅଭ୍ୟାସ ପରୀକ୍ଷା ଅଛି । ସେହିପରି ଏପ୍ରିଲ ୯ ତାରିଖରେ OTET ହେବ । କରୋନା ପରିସ୍ଥିତିରେ ରାଜ୍ୟ ସରକାର ସମସ୍ତ SOP ମାନି କ୍ଲାସ ଚଳାଇଛନ୍ତି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତ ।

ସୂଚନା ଯୋଗ୍ୟ ଯେ, କରୋନା ପଜିଟିଭ୍ ଟିହ୍ନଟ ପରେ ଭୁବନେଶ୍ୱର ମୈତ୍ରୀ ବିହାରସ୍ଥିତ ଆଲେନ୍ ଇନଷ୍ଟିଚ୍ୟୁଟକୁ ବିଏମ୍‌ସି ପକ୍ଷରୁ ସିଲ୍ କରାଯାଇଛି । ଟେଷ୍ଟିଂ ପରେ ଆଲେନ୍ ଇନଷ୍ଟିଚ୍ୟୁଟରୁ ଏକାଧିକ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ଚିହ୍ନଟ ହୋଇଥିବା ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କୁ ଆଇସୋଲେସନରେ ରହିବାକୁ ପରାମର୍ଶ ଦିଆଯାଇଛି । ସେହିପରି ପଜିଟିଭ ଚିହ୍ନଟ ବ୍ୟକ୍ତିଙ୍କ ଟ୍ରାଭେଲ ହିଷ୍ଟ୍ରି ଓ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି । ସେହିପରି ପୂର୍ବରୁ XIMBରୁ ୨୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ଶିକ୍ଷାନୁଷ୍ଠାନରୁ ୨୩ ପଜିଟିଭ୍ ଚିହ୍ନଟ ହେବା ପରେ XIMBକୁ ମଧ୍ୟ ସିଲ୍ କରିଥିଲା ଭୁବନେଶ୍ୱର ମହାନଗର ନିଗମ-ବିଏମସି ।

ଏଥିସହିତ ପଢ଼ନ୍ତୁ: ରାଜ୍ୟରେ ଆଉ ୨୦୮ ଜଣ କରୋନା ସଂକ୍ରମିତ ଚିହ୍ନଟ

Leave a Reply