ଗଞ୍ଜାମ ଚିକିଟିରେ ପାଣିରେ ପଶିଲା ସ୍କୁଲ ଭ୍ୟାନ୍, ଛାତ୍ରୀ ଗୁରୁତର

1 min read

ଗଞ୍ଜାମ: ଚିକିଟି ବ୍ଲକ ଅନ୍ତର୍ଗତ କେ.ନୂଆଗାଁ ଥାନା ଅଂଚଳର ନୁଆପଡା ମାର୍ଗଦର୍ଶୀ ସ୍କୁଲ ଛାତ୍ରଛାତ୍ରୀଙ୍କୁ ନେଇ ଯାଉଥିବା ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି । ଆହତ ଛାତ୍ରଛାତ୍ରୀଙ୍କୁ ଚିକିତ୍ସା ପାଇଁ ନୁଆପଡ଼ା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ସ୍କୁଲ ଗାଡିଟି ଭାରସାମ୍ୟ ହରାଇ ନିକଟସ୍ଥ ପୋଖରୀରେ ପଶିଯିବାରୁ ୫ମ ଶ୍ରେଣୀର ଜଣେ ଛାତ୍ରୀ ପାଣିପିଇ ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ବ୍ରହ୍ମପୁର ସିଟି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

ଡ୍ରାଇଭର ଭାରସାମ୍ୟ ହରାଇବାରୁ ସ୍କୁଲ ଗାଡ଼ିଟି ପୋଖରୀକୁ ପଶିଯାଇଥିଲା । ଏହାପରେ ସ୍ଥାନୀୟ ଲୋକେ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଛନ୍ତି । ')}

Leave a Reply