ସ୍କୁଲ ପିଲାଙ୍କୁ ଶିଖାଯିବ ଟ୍ରାଫିକ ନିୟମ

1 min read

ଭୁବନେଶ୍ୱର: ଏଣିକି ଦଶମ ଶ୍ରେଣୀରେ ସଡ଼କ ସୁରକ୍ଷାକୁ ପାଠ୍ୟକ୍ରମରେ ସାମିଲ କରିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ଏନେଇ ଆସନ୍ତାକାଲି ବାଣିଜ୍ୟ ଓ ପରିବହନ ବିଭାଗ ସହ ଗଣଶିକ୍ଷା ବିଭାଗର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ । ଖାରବେଳ ଭବନରେ ହେବାକୁ ଥିବା ଏହି ବୈଠକରେ ସଡ଼କ ସୁରକ୍ଷା ପାଠ୍ୟକ୍ରମ ସହ ଛାତ୍ରଛାତ୍ରୀ ଯେପରି ଗାଡ଼ି ଚଲାଇ ସ୍କୁଲ ନଆସିବେ, ସେ ନେଇ ଆଲୋଚନା ହେବ । ଏଥିସହ ଏହି ବୈଠକରେ ସ୍ୱାସ୍ଥ୍ୟ ବିଭାଗ ଓ ଗୃହ ବିଭାଗ ସାମିଲ ହେବେ ।ସରକାରୀ ଓ ଘରୋଇ ଆମ୍ବୁଲାନ୍ସ ମ୍ୟାପିଂ କରିବା ସହ ଏକକୀରଣ ଦିଗରେ କାମ କରିବ ସ୍ୱାସ୍ଥ୍ୟ ବିଭାଗ । ସେହିପରି AIS-୧୨୫ ନିୟମ ଖିଲାପକାରୀ ଆମ୍ବୁଲାନ୍ସ ବି ଚିହ୍ନଟ କରାଯିବ । ଆସନ୍ତା ୫ ବର୍ଷ ମଧ୍ୟରେ ରାଜ୍ୟ ସରକାର ୧୫୫ କୋଟି ଟଙ୍କା ଖର୍ଚ୍ଚ କରି ପାଟ୍ରୋଲିଂ ଓ ଅନ୍ୟାନ୍ୟ ଆବଶ୍ୟକୀୟ ସଡ଼କ ସୁରକ୍ଷାର ଯେଉଁ ଉପକରଣ କିଣିବେ, ସେ ନେଇ ଗୃହ ବିଭାଗ ସହ ଣଧ୍ୟ ଆଲୋଚନା ହେବ ।

ଦ୍ରୁତଗତିରେ ଗାଡ଼ି ଚଳାଉଥିଲେ, ଲୋକେ ଆର୍‌ଟିଓ କୁ ଡାକି ୨୫ ହଜାର ଟଙ୍କାର ଫାଇନ କଟାଇଲେ

Leave a Reply