ଶୀଘ୍ର ସ୍କୁଲରେ ପହଞ୍ଚିବାକୁ ଛାତ୍ର କରିଛନ୍ତି ଏଭଳି ଉଦ୍ଭାବନ

ଅନୁଗୁଳ: ବିନା ଚେନ୍‌ରେ ତିଆରି ହୋଇଛି ସାଇକେଲ୍ । ଚେନ୍ ବଦଳରେ ସାଫ୍ଟ ମାଧ୍ୟମରେ ଗଡୁଛି ସାଇକେଲ୍ । ଏଭଳି ସାଇକେଲ୍ ତିଆରି କରିଛନ୍ତି ନବମ ଶ୍ରେଣୀର ଛାତ୍ର । ତାଲଚେର ହାଣ୍ଡିଧୂଆ ହାଇସ୍କୁଲର ଛାତ୍ର ଅଭିଜିତ୍ ଏହାକୁ ତିଆରି କରିଥିବା ବେଳେ ଓସେପା ପକ୍ଷରୁ ଇଂନସ୍ପାୟରାସନ ଆୱାର୍ଡ ସାଇକେଲ୍କୁ ମନୋନୀତ କରାଯାଇଛି ।

ସ୍କୁଲ ଛାତ୍ରଙ୍କ ନୂଆ ଉଦ୍ଭାବନ । ବିନାରେ ଚେନ୍‌ରେ ଗଡୁଛି ସାଇକେଲ୍ । ନା ଅଛି ଚେନ୍ ଫେଲ୍ ହେବାର ସମସ୍ୟା ନା ଚେନ୍ ଛିଣ୍ଡିବାର । ଶୀଘ୍ର ସ୍କୁଲରେ ପହଞ୍ଚିବାକୁ ଚେନ୍ ବିହୀନ ସାଇକେଲ ତିଆରି କରିଛନ୍ତି ଅନୁଗୁଳ ଜିଲ୍ଲା ତାଲଚେର ହାଣ୍ଡିଧୂଆ ହାଇସ୍କୁଲର ନବମ ଶ୍ରେଣୀର ଛାତ୍ର ଅଭିଜିତ ସାହୁ । ନିଜ ବିଜ୍ଞାନ ଶିକ୍ଷକଙ୍କ ସହଯୋଗରେ ପ୍ରଥମେ ମଡେଲ ପ୍ରସ୍ତୁତ କରି ପରେ ବେରିଂ ଓ ସାଫ୍ଟ ଲଗାଇ ଚେନ୍ ବିହୀନ ସାଇକେଲ୍ ତିଆରି କରିଛନ୍ତି ।

ପେଡାଲ ମାରିଲେ ସାଫ୍ଟ ମାଧ୍ୟମରେ ଗଡୁଛି ସାକେଲ୍ । ସ୍କୁଲ ଯିବା ସମୟରେ ଚେନ୍ ଫେଲ୍ ହେବା ସମସ୍ୟାର ସମ୍ମୁଖୀନ ହେବାକୁ ପଡୁନାହିଁ । ଅଭିଜିତଙ୍କ ଏଭଳି ଉଦ୍ଭାବନକୁ ପ୍ରଶଂସା କରିଛି ଓସେପା । ଇଂନସ୍ପାୟରାସନ ଆୱାର୍ଡ ପାଇଁ ଜାତୀୟ ସ୍ତରକୁ ମଧ୍ୟ ମନୋନୀତ କରାଯାଇଛି ।  ଅଭିଜିତଙ୍କ ଚେନ୍ ବିହୀନ ସାଇକେଲ ଉଦ୍ଭାବନ ଅନ୍ୟ ଛାତ୍ରମାନଙ୍କ ପାଇଁ ପ୍ରେରଣ ହୋଇଥିବା ବେଳେ ପରିବାର ଲୋକଙ୍କ ମଧ୍ୟ ଏଭଳି କାର୍ଯ୍ୟକୁ ଖୁସି ପ୍ରକାଶ କରିଛନ୍ତି ।

ଏଥିସହିତ ପଢ଼ନ୍ତୁ: ଜୁଆ ନେଲା ଜୀବନ: ବାକି ଶୁଝିନପାରି ପ୍ରାଣହାରିଲେ ଯୁବକ