ସ୍ୱାଧୀନତା ଦିବସ ପାଇଁ କୋଭିଡ କଟକଣା; ପରେଡରେ ଭାଗ ନେବେନି ସ୍କୁଲ ଛାତ୍ରଛାତ୍ରୀ

ଭୁବନେଶ୍ୱର: କୋଭିଡ ପାଇଁ ସ୍ବାଧୀନତା ଦିବସରେ ଲାଗିଲା କଟକଣା । ଏଥର ଅଗଷ୍ଟ ୧୫ରେ ରାଜ୍ୟରେ ହେବନି ପରେଡ୍ । ଭାଗ ନେବେନି ସ୍କୁଲ ଛାତ୍ରଛାତ୍ରୀ । କେବଳ ୩ଟି କଣ୍ଟିଜେଣ୍ଟ ଏହି ପରେଡରେ ସାମିଲ ହେବେ । ଓଏସଏପି, ଓଡ୍ରାଫ୍ ଓ ବିଏସଏଫ୍ ପରେଡରେ ସାମିଲ ହେବେ । ଏଥିପାଇଁ ୩ଦିନ ହେବ ପ୍ରାକ୍ଟିସ୍ । ପ୍ରଦର୍ଶନୀ ପଡ଼ିଆରେ ୧୧, ୧୨ ଓ ୧୩ ତାରିଖରେ ଅଭ୍ୟାସ କରିବେ କଣ୍ଟିଜେଣ୍ଟ ।

ରିହସଲ ଦିନ ନିର୍ଦ୍ଧାରିତ ସମୟର ଅଧଘଣ୍ଟା ପୂର୍ବରୁ ପହଞ୍ଚିବେ କଣ୍ଟିଜେଣ୍ଟ । ଯେଉଁ କଣ୍ଟିଜେଣ୍ଟ ସ୍ବାଧୀନତା ଦିବସ କାର୍ଯ୍ୟକ୍ରମରେ ସାମିଲ ହେବେ ସେମାନଙ୍କ କୋଭିଡ ଟେଷ୍ଟ ବାଧ୍ୟତାମୂଳକ । ସାମାଜିକ ଦୂରତା ବଜାୟ ରଖିବେ । ଫ୍ଲାଗ୍ ପୋଷ୍ଟ ପାଖରେ ନିୟୋଜିତ ହେବାକୁ ଥିବା ଅଫିସର କୋଭିଡ ନେଗେଟିଭ ହେବା ସହ ମାସ୍କ ଓ ଗ୍ଲୋବ୍ସ ପିନ୍ଧିବାକୁ ନିର୍ଦ୍ଦେଶ ହୋଇଛିଜନ ସମାଗମକୁ ବି ନା । ତିନି ଦିନ କରାଯିବ ପ୍ରାକ୍ଟିସ୍ । ପ୍ରସ୍ତୁତ ରହିବାକୁ ଗୃହ ବିଭାଗର ନିର୍ଦ୍ଦେଶ । ପ୍ରଦର୍ଶନୀ ପଡ଼ିଆରେ ହେବ ପତାକା ଉତ୍ତୋଳନ ।

ଏଥିସହିତ ପଢ଼ନ୍ତୁ: ଛତିଶଗଡ଼ ମୁହାଁ ଅବପାତ; ୪ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି