କରୋନାର ଦ୍ଵିତୀୟ ଲହରୀର ଆଶଙ୍କାରେ ବଦଳିଲା ନିଷ୍ପତ୍ତି, ସ୍କୁଲ ଖୋଲିବା ପ୍ରକ୍ରିୟା ସ୍ଥଗିତ

ଭୁବନେଶ୍ୱର: କରୋନା କାୟାରେ ପୁରା ରାଜ୍ୟ । ରାଜ୍ୟରେ କରୋନା ସଂକ୍ରମଣ କମୁଥିଲେ ମଧ୍ୟ ଡିସେମ୍ବରରେ ବଢ଼ିବା ଆଶଙ୍କା କରାଯାଉଛି । ସେଥିପାଇଁ ନଭେମ୍ବର ମାସରେ ଖୋଲିବନି ସ୍କୁଲ ବୋଲି ନିଷ୍ପତ୍ତି ନିଆଯାଇଛି । କରୋନାର ଦ୍ଵିତୀୟ ଲହରୀର ଆଶଙ୍କା ଯୋଗୁ ଏପରି ନିଷ୍ପତ୍ତି ହୋଇଛି । ପୂର୍ବରୁ ସ୍ୱତନ୍ତ୍ର ରିଲିଫ କମିଶନର ନଭେମ୍ବର ୧୫ ପରେ ସ୍ଥିତି ପରଖି ସ୍କୁଲ ନବମରୁ ଦ୍ୱାଦଶ ଶ୍ରେଣୀ ଯାଏ ସ୍କୁଲ ଖୋଲିବାର ଗାଇଡଲାଇନ ଜାରି କରିଥିଲେ ।

ଏହାର ମଧ୍ୟ ଏକ ପ୍ରକାରର ପ୍ରକ୍ରିୟା ଆରମ୍ଭ କରାଯାଇଥିଲା । ସବୁ ସ୍କୁଲକୁ ସାନିଟାଇଜ କରାଯାଇ ଶିକ୍ଷକ ମାନଙ୍କୁ ମଧ୍ୟ କେମିତି କଣ ସବୁ ବଦକ୍ଷେପ ନେବାକୁ ପଡ଼ିବ ତାହା ଉପରେ ଜ୍ଞାନ ଦିଆଯାଉଥିଲା ।  ଏହାପରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ମଧ୍ୟ ନଭେମ୍ବର ମାସରେ ହିଁ ଖୋଲିବାର ଘୋଷଣା କରିଥିଲେ । ହେଲେ ପୁଣି ଥରେ ନିଷ୍ପତ୍ତି ପରିବର୍ତ୍ତନ ହୋଇଥିବା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ସୂଚନା ଦେଇଛନ୍ତି । ଯେଉଁ ପ୍ରକ୍ରୀୟା ଆରମ୍ଭ କରାଯାଇଥିଲା ତାକୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖାଯାଇଛି ।

ପୂର୍ବରୁ ଯେଉଁଭଳି ଭାବରେ ଅନଲାଇନ କ୍ଲାସ କରାଉଥିଲା ଏବେ ସେହିଭଳି କ୍ଲାସ ଜାରି ରହିବ । ଡିସେମ୍ବର ମାସରେ କରୋନା ସଂକ୍ରମଣର ଦ୍ୱୀତିୟ ଲହରୀ ଆସିବା ଆଶଙ୍କାରେ ଏଭଳି ନିଷ୍ପତ୍ତି ନିଆଯାଇଛି । ଲୋକମାନେ ସେମାନଙ୍କ ପିଲାଙ୍କୁ ସ୍କୁଲ ଛାଡ଼ିବାକୁ ଡ଼ରୁଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ସେପଟେ ଆନ୍ଧ୍ରପ୍ରଦେଶରେ ସ୍କୁଲ ଖୋଲୁ ଖୋଲୁ ସଂକ୍ରମଣ ବ୍ୟାପିବାରୁ ଚିନ୍ତା ବଢ଼ି ଯାଇଛି । ତେଣୁ ନିଷ୍ପତ୍ତିରେ ପରିବର୍ତ୍ତନ କରାୟାଇଛି ।

Leave a Reply