ତୃତୀୟ ପର୍ଯ୍ୟାୟରେ ଆଜି ୫ ଜିଲ୍ଲାରେ ସ୍କୁଲ ରୂପାନ୍ତରଣ

1 min read

ଭୁବନେଶ୍ବର: ରାଜ୍ୟରେ ଜାରି ରହିଛି ତୃତୀୟ ପର୍ଯ୍ୟାୟରେ ଫାଇଭ-ଟି ସ୍କୁଲ ରୂପାନ୍ତରଣର ଲୋକାର୍ପଣ । ଆଜି ୫ ଜିଲ୍ଲାର ୪୪୯ ରୂପାନ୍ତରିତ ହାଇସ୍କୁଲର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ । ବାଲେଶ୍ବରର ୨୩୩, ନୟାଗଡ଼ର ୬୪, ନୂଆପଡ଼ାର ୫୮, ରାୟଗଡ଼ାର ୪୬ ସୁନ୍ଦରଗଡ଼ ଜିଲ୍ଲାରେ ନୂଆରୂପ ପାଇଥିବା ୪୯ଟି ହାଇସ୍କୁଲର ଲୋକାର୍ପଣ କରାଯିବା ।

ଫାଇଭ-ଟି ଉପକ୍ରମରେ ଏହି ସ୍କୁଲ ଗୁଡ଼ିକୁ ରୂପାନ୍ତରିତ କରିଛନ୍ତି ରାଜ୍ୟ ସରକାର । କେବଳ ସ୍ବଚ୍ଛଳ ବର୍ଗର ଛାତ୍ରଛାତ୍ରୀମାନେ ଉନ୍ନତ ଶିକ୍ଷା ବ୍ୟବସ୍ଥାର ସୁବିଧା ପାଇପାରିବେ । ଏ ଧାରଣାକୁ ଦୂର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଫାଇଭ-ଟି ସ୍କୁଲ ମାଧ୍ୟମରେ ପିଲାଙ୍କ ପାଇଁ ତିଆରି ହୋଇଛି ବିରାଟ ସୁଯୋଗ ।

ସ୍ମାର୍ଟ କ୍ଲାସରୁମ ସାଙ୍ଗକୁ ଇ-ଲାଇବ୍ରେରୀ ଓ ଅତ୍ୟାଧୁନିକ ଭିତ୍ତିଭୂମିରେ ପାଠ ପଢୁଛନ୍ତି ଛାତ୍ରଛାତ୍ରୀ । ଗତ ଦୁଇଟି ପର୍ଯ୍ୟାୟରେ ରାଜ୍ୟରେ ୩ ହଜାର ୯୮୧ଟି ସ୍କୁଲ ରୂପାନ୍ତରିତ ହୋଇଛି । ତିନୋଟି ପର୍ଯ୍ୟାୟ ସଂପୂର୍ଣ୍ଣ ହେବା ପରେ ରାଜ୍ୟରେ ସମୁଦାୟ ୬ ହଜାର ୧୩୨ଟି ସ୍କୁଲ ରୂପାନ୍ତରିତ ହେବ । ଆଉ ୬ ମାସ ମଧ୍ୟରେ ଚତୁର୍ଥ ପର୍ଯ୍ୟାୟରେ ରାଜ୍ୟର ସବୁ ସରକାରୀ ହାଇସ୍କୁଲ ରୂପାନ୍ତରିତ ହେବ ।