spot_img

Latest Posts

ଏବେ ଡାଇରିଆ ଅଞ୍ଚଳରେ ସ୍କୁଲ ଖୋଲିନପାରେ, ଜାଣନ୍ତୁ କଣ କହିଲେ ଗଣଶିକ୍ଷା ମନ୍ତ୍ରୀ

ନନ୍ଦିଘୋଷ ବ୍ୟୁରୋ: ଖରାଛୁଟି ପରେ ଆସନ୍ତାକାଲିଠାରୁ ସ୍କୁଲ ଖୋଲିବାର ଥିଲେ ମଧ୍ୟ ଡାଇରିଆ ଅଞ୍ଚଳରେ ସ୍କୁଲ ଖୋଲିନପାରେ। ଏହି ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ସେ କହିଛନ୍ତି, ଡାଇରିଆ ବ୍ୟାପିଥିବା ୩ ଜିଲ୍ଲାର ସ୍ଥିତି ଦେଖି ସ୍କୁଲ୍ ଖୋଲିବା ନିଷ୍ପତ୍ତି ନେବେ ଜିଲ୍ଲାପାଳ। ସ୍ଥିତି ଅଣାୟତ୍ତ ଥିଲେ ସ୍କୁଲ୍ ବନ୍ଦ ରଖିପାରିବେ। ଆକ୍ୱାଗାର୍ଡ ନ ଥିବା ସ୍କୁଲରେ ପିଲାଙ୍କୁ ଫୁଟା ପାଣି ପିଇବାକୁ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ପାଚିକାମାନେ ମଧ୍ୟାହ୍ନ ଭୋଜନରେ ଗରମ ଖାଦ୍ୟ ସହ ପିଲାଙ୍କୁ ଫୁଟା ପାଣି ଦେବା ପାଇଁ କୁହାଯାଇଛି। ହଷ୍ଟେଲରେ ବି ସମାନ ପଦକ୍ଷେପ ଗ୍ରହଣ କରାଯିବ। ସ୍କୁଲ୍ ପରିବେଶ ସହ ପାଣି ଟାଙ୍କି  ସଫା କରିବା ଉପରେ ଗୁରୁତ୍ଵ ଦିଆଯାଇଛି। ଏହା ସହିତ ସ୍କୁଲ ପରିସରର ସ୍ଵଚ୍ଛତା ଉପରେ ମଧ୍ୟ ଗୁରୁତ୍ଵ ଦେବାକୁ ଶିକ୍ଷାମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

Latest Posts

Don't Miss