୨୬ରୁ ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ହଷ୍ଟେଲ ଖୋଲିିବ: ଏସ୍‌ଓପି ଜାରି କଲେ ରାଜ୍ୟ ସରକାର

ଭୁବନେଶ୍ୱର: ଆସନ୍ତା ୨୬ ତାରିଖରୁ ରାଜ୍ୟରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ହଷ୍ଟେଲ ଖୋଲିବ । ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ, ସାମଜିକ ସୁରକ୍ଷା, ସଶକ୍ତିକରଣ ଏବଂ ଭିନ୍ନକ୍ଷମ ବିଭାଗ ଏବଂ ଅନ୍ୟ ଘରୋଇ ଓ ସରକାରୀ ସ୍କୁଲ ଦ୍ୱାର ପରିଚାଳିତ ସମସ୍ତ ହଷ୍ଟେଲ ଖୋଲାଯିବ ସରକାରଙ୍କ ପକ୍ଷରୁ ଧାର୍ଯ୍ୟ ଏସ୍‌ଓପି ପାଳନ ପୂର୍ବକୁ ଖୋଲିପାରିବେ । ଏ ନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଚିଠି ଲେଖି ଅବଗତ କରାଯାଇଛି ।

ଆସନ୍ତା ୨୬ ତାରିଖରୁ ରାଜ୍ୟରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ସ୍କୁଲ ଖୋଲିବ । ଏ ନେଇ ଗତ ୧୭ ତାରିଖରେ ଘୋଷଣା କରିଛନ୍ତି ରାଜ୍ୟ ସରକାର । ମାଟ୍ରିକ ଅଫ୍‌ଲାଇନ୍ ପରୀକ୍ଷା ଓ ସ୍କୁଲ ଖୋଲିବା ନେଇ ଗଣଶିକ୍ଷା ସଚିବ ସତ୍ୟବ୍ରତ ସୂଚନା ଦେଇଥିଲେ । ତେବେ ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ସ୍କୁଲ ସକାଳୁ ଖୋଲା ରହିବ । ଉଭୟ ସରକାରୀ ଓ ବେସରକାରୀ ସ୍କୁଲ ପାଇଁ ଏହି ନିର୍ଦ୍ଦେଶ ଲାଗୁ  । ଏବଂ ଯେଉଁ ସ୍କଲରେ ମାଟ୍ରିକ ପରୀକ୍ଷା ସେଣ୍ଟର ପଡ଼ିଛି ସେହି ସ୍କୁଲଗୁଡ଼ିକ ପରୀକ୍ଷା ପରେ ଖୋଲିବ । ତେବେ ସ୍କୁଲ ଆସିବା ପିଲାଙ୍କ ଇଚ୍ଛାଧିନ ।

ଏଥିସହିତ ପଢ଼ନ୍ତୁ: ସାଇଣ୍ଟିଫିକ୍ ଟିମ୍ ହାତରେ ବିଦ୍ୟାଭାରତୀଙ୍କ ଚିଠି: ଲେଖିଛନ୍ତି, ‘ହେ ପ୍ରଭୁ ସବୁ ଭୁଲକୁ କ୍ଷମା କରି ଦିଅ’

Leave a Reply