ମୋନ୍ଥା ପାଇଁ ୮ ଜିଲାରେ ୩୦ ଯାଏଁ ସ୍କୁଲ ବନ୍ଦ ଘୋଷଣା କରିଛନ୍ତି ରାଜ୍ୟ ସରକାର । ସେଗୁଡିକ ହେଲା ଗଂଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି, କନ୍ଧମାଳ, କଳାହାଣ୍ଡି ଓ ନବରଙ୍ଗପୁର । ଏହି ସବୁ ରେଡ ଜୋନ ଜିଲ୍ଲାରେ ଶିକ୍ଷା ବିଭାଗର ସମସ୍ତ କର୍ମଚାରୀଙ୍କ ଛୁଟି ବାତିଲ ମଧ୍ୟ କରାଯାଇଛି । ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ଖୋଲିବ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ । ଜିଲା ଶିକ୍ଷା ଅଧିକାରୀଙ୍କ ଯୋଗାଯୋଗରେ ରହିବେ । ଅନୁଶାସନ ସଚିବ ଗୁଣ୍ଡାଇ ହାଁସଦାଙ୍କ ସହ ଯୋଗାଯୋଗ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ମୋବାଇଲ ନମ୍ବର ୮୦୧୮୭୬୫୨୫୬ ନମ୍ବରରେ ଯୋଗାଯୋଗ କରିପାରିବେ । ପିଲାଙ୍କ ପାଇଁ ଥିବା ମଧ୍ୟାହ୍ନ ଭୋଜନ ଚାଉଳ ରିଲିଫରେ ବ୍ୟବହାର ହୋଇପାରିବ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇ ଏହା କୁହାଯାଇଛି ।

