ଝାରସୁଗୁଡାରେ ମର୍ମନ୍ତୁଦ ଦୁର୍ଘଟଣା, ସ୍କୁଲ ବସକୁ ଧକ୍କା ଦେଲା ଟ୍ରକ
1 min read
ଝାରସୁଗୁଡା: ସ୍କୁଲ ବସ ଓ ଟ୍ରକ ମୁହାଁମୁହିଁ ଧକ୍କା। ଝାରସୁଗୁଡ଼ା ବେଳପାହାଡ଼ ନିକଟରେ ସ୍କୁଲ ବସ ଏବଂ ଟ୍ରକ ମୁହାଁମୁହିଁ ଧକ୍କା । ୧୦ ରୁ ଅଧିକ ଆହତ ହୋଇଥିବା ସୂଚନା ମିଳିଛି। ଜାତୀୟ ରାଜପଥ ୪୯ର ଝାରସୁଗୁଡା- ବେଲପାହାଡ ରାସ୍ତା ତାରିଣୀ ମନ୍ଦିର ନିକଟରେ ଘଟିଛି ଦୁର୍ଘଟଣା l
DAV ସ୍କୁଲ ଝାରସୁଗୁଡାର ଏକ ବସ ବନ୍ଧବାହାଲରୁ ଝାରସୁଗୁଡା ଅଭିମୁଖେ ଯାଉଥିବା ବେଳେ ଏହି ଦୁର୍ଘଟଣାଟି ଘଟିଛି । ବସରେ ୨୦ ରୁ ଉର୍ଦ୍ଧ୍ବ ଶିକ୍ଷକ ଶିକ୍ଷୟତ୍ରୀ ଏବଂ ଛାତ୍ରଛାତ୍ରୀ ଥିଲେ। ଆହତଙ୍କୁ ବେଲପାହାଡ଼ର ଏକ ଘରୋଇ ହସ୍ପିଟାଲ ଏବଂ ମଣ୍ଡଳିଆ ସ୍ଥିତ କେନ୍ଦ୍ରୀୟ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।