ସୋମବାର ଖୋଲିବ ସ୍କୁଲ, ବିଦ୍ୟାଳୟରେ ବ୍ୟାପକ ବ୍ୟବସ୍ଥା

1 min read

ଭୁବନେଶ୍ୱର: ଆସନ୍ତା ଫେବୃଆରୀ ୨୮ରୁ ଖୋଲୁଛି ପ୍ରାଥମିକ ସ୍କୁଲ । ସେମାନଙ୍କୁ ମାନସିକସ୍ତରରେ ଚାପମୁକ୍ତ କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ରୋଡମ୍ୟାପ ପ୍ରସ୍ତୁତ କରିଛି । ଦୁଇ ବର୍ଷ ପରେ କୁନି କୁନି ପିଲା ସ୍କୁଲ ଯାଉଥିବାରୁ ବ୍ୟାପକ ବ୍ୟବସ୍ଥା ହୋଇଛି । ପ୍ରଥମ ସପ୍ତାହରେ ପାଠ ପଢାଯିବ ନାହିଁ ବୋଲି ସମସ୍ତ ବିଇଓ ଓ ସ୍କୁଲ କର୍ତ୍ତୃପକ୍ଷଙ୍କୁ ଚିଠି କରିଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ । ପ୍ରଥମ ୬ ଦିନ ପିଲମାନଙ୍କୁ ଖେଳ, ନାଚ, ଗୀତ ଓ ବିଭିନ୍ନ ପ୍ରତିଯୋଗିତାମୂଳକ କାର୍ଯ୍ୟରେ ନିଯୋଜିତ କରାଯିବ ।

ମାର୍ଚ୍ଚ ୯ରୁ ତିନି ଧରି ସାହିତ୍ୟ, ଗଣିତ ଓ ଇଂରାଜୀରେ ଦକ୍ଷତା ପରୀକ୍ଷା କରାଯାଇ ଛାତ୍ରଛାତ୍ରୀଙ୍କ ଗତ ଦୁଇ ବର୍ଷର ଶୈକ୍ଷିକ କ୍ଷତିକୁ ଭରଣା କରିବାକୁ ସ୍କୁଲ ଏଭଳି ପ୍ରୟାସ କରିବ । ଦ୍ବିତୀୟ ଶ୍ରେଣୀକୁ ଯାଉଥିବା ଛାତ୍ରଛାତ୍ରୀଙ୍କ ପାଇଁ କ୍ଲାସରୁମ୍ ଅନୁଭବ ନୂଆ ହେବାକୁ ଯାଉଛି । ପ୍ରତ୍ୟକ୍ଷ ଶିକ୍ଷାଗ୍ରହଣରୁ ଦୂରରେ ରହି ସେମାନଙ୍କ ମୌଳିକ ଜ୍ଞାନ ହ୍ରାସ ପାଇଥିବା ସ୍ବାଭାବିକ । ଶ୍ରେଣୀ ଅନୁସାରେ ପାଠ୍ୟକ୍ରମକୁ ପ୍ଲାନ-ଏ ଓ ପ୍ଲାନ-ବି ରେ ବିଭକ୍ତ କରାଯାଇଛି । ପ୍ଲାନ-ଏ ଏପ୍ରିଲରୁ ଜୁଲାଇ ଓ ପ୍ଲାନ-ବି ଅଗଷ୍ଟରୁ ମାର୍ଚ୍ଚ ଯାଏ ଚାଲିବ । ପାଠପଢା ନର୍ଦ୍ଧାରିତ ସମୟସୀମା ଓ ବିଷୟବସ୍ତୁ ଆଧାରରେ ହି ପଠାଯିବ ।

ଶିକ୍ଷା ଯେପରି ଅଧିକ ପ୍ରଭାବିତ ନ ହୁଏ, ସେଥିପାଇଁ ଖରା ଛୁଟିକୁ ମାତ୍ର ୧୫ ଦିନ କରାଯିବାର ବି ଚିନ୍ତା କରୁଛନ୍ତି ବିଭାଗୀୟ ଅଧିକାରୀ । ପ୍ରାଥମିକ ସ୍କୁଲ ସକାଳ ୯ଟାରୁ ୧ଟା ଯାଏ ଚାଲିବ । ଆସନ୍ତା ଫେବୃଆରୀ ୨୫ରୁ ୨୮ ଯାଏ ସ୍କୁଲ ମ୍ୟାନେଜମେଣ୍ଟ କମିଟି ପାଇଁ ଟ୍ରେନିଂର ବ୍ୟବସ୍ଥା କରାଯିବ । ସ୍କୁଲ ସୁରକ୍ଷା, ପରିମଳ, ପରିଚାଳନା ଓ ଅନ୍ୟାନ୍ୟ ବିଷୟ ଉପରେ ଏହି ଟ୍ରେନିଂ ଦିଆଯିବ ।

Leave a Reply