spot_img

Latest Posts

ଆଦିବାସୀ ପିଲାଙ୍କ ଷ୍ଟାଇପେଣ୍ଡ ଅର୍ଥ ଆତ୍ମସାତ, ବନ୍ଧାହେଲେ ପ୍ରଧାନ ଶିକ୍ଷକ

ବାଲେଶ୍ୱର: ଆଦିବାସୀ ପିଲାଙ୍କ ଷ୍ଟାଇପେଣ୍ଡ ଟଙ୍କା ଏବଂ ସ୍କୁଲର ଉନ୍ନତି ମୂଳକ କାର୍ଯ୍ୟ ପାଇଁ ଆସିଥିବା ଟଙ୍କା ଆତ୍ମସାତ ଅଭିଯୋଗ । ଅଭିଯୋଗ କ୍ରମେ ନୀଳଗିରି ପୋଲିସ ସ୍କୁଲ୍ ର ପ୍ରଧାନ ଶିକ୍ଷକଙ୍କ ଧୋବାଶିଳାସ୍ଥିତ ଫାର୍ମ ହାଉସରେ ଚଢ଼ାଉ କରିବା ସହ ପ୍ରଧାନ ଶିକ୍ଷକ ସୁରେଶ ଚନ୍ଦ୍ର ଦାସଙ୍କୁ ଗିରଫ କରିଛି। ସୂଚନାଥାଉକି ଉଦୟ ନାରାୟଣ ବିଦ୍ୟାପୀଠରେ ପିଲାଙ୍କ ଷ୍ଟାଇପେଣ୍ଡ ଟଙ୍କା ଆତ୍ମସାତ ନେଇ ଉଦୟ ନାରାୟଣ ବିଦ୍ୟାପୀଠ ସ୍କୁଲରେ ପୂର୍ବରୁ ଉତ୍ତେଜନା ଦେଖା ଦେଇଥିଲା ।

ଗତ ମାସରେ ଏନେଇ ଅଭିଯୋଗ ହେବା ସହ ବିଦ୍ୟାଳୟରେ ମଧ୍ୟ ଉତ୍ତେଜନା ଦେଖାଦେଇଥିଲା । ଖବର ପାଇ ନୀଳଗିରି ମଣ୍ଡଳ ସମ୍ପ୍ରସାରଣ ଅଧିକାରୀ ସ୍କୁଲ୍ ରେ ପହଞ୍ଚି ତଦନ୍ତ କରିଥିଲେ। ପ୍ରାଥମିକ ତଦନ୍ତରେ ଯାହା ଜଣାପଡ଼ିଥିଲା ପୂର୍ବତନ ପ୍ରଧାନ ଶିକ୍ଷକ ସ୍କୁଲର ଉନ୍ନତି ପାଇଁ ଆସିଥିବା ଟଙ୍କାକୁ ଆତ୍ମସାତ କରିଛନ୍ତି । ପରେ ଜିଲ୍ଳା ଶିକ୍ଷା ଅଧିକାରୀ ଉଦୟ ନାରାୟଣ ବିଦ୍ୟାପୀଠ ର ପୂର୍ବତନ ପ୍ରଧାନ ଶିକ୍ଷକ ସୁରେଶ ଚନ୍ଦ୍ର ଦାସ ନାମରେ ଅପରାଧିକ ମାମଲା ରୁଜୁ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଗତକାଲି ରାତିରେ ନୀଳଗିରି ପୋଲିସ ଧୋବଶିଳାସ୍ଥିତ ତାଙ୍କ ଫାର୍ମ ହାଉସରେ ଚଢାଉ କରି ଗିରଫ କରିଛି।

Latest Posts

Don't Miss