spot_img

Latest Posts

ଏଣିକି ଆଉ ରାସ୍ତାରେ ଗଡ଼ିବନି ୧୫ ବର୍ଷର ପୁରୁଣା ଗାଡ଼ି, ରାଜ୍ୟରେ ଆରମ୍ଭ ହୋଇଛି ସ୍କ୍ରାପିଂ ସୁବିଧା

ଖୋର୍ଦ୍ଧା: ରାସ୍ତାରୁ ହଟିବ ପୁରୁଣା ଗାଡ଼ି । ୧୫ ବର୍ଷ ପୁରୁଣା ଯାନର ହେବ ସ୍କ୍ରାପିଙ୍ଗ । ଆରମ୍ଭ ହେଲା ରିସାଇକଲ ଓ୍ବିଥ୍ ରେସ୍ପେକ୍ଟ ୟୁନିଟ୍ । ସରକାରୀ ସ୍ତରରେ ବିଭିନ୍ନ ବିଭାଗରେ ପଡ଼ି ରହିଛି ୧୫ ବର୍ଷରୁ ଉର୍ଦ୍ଧ୍ବ ସମୟର ଜିପ୍, କାର, ବସ୍, ଟ୍ରକ୍ । ସବୁ ପୁରୁଣା ଗାଡ଼ି ଗୁଡ଼ିକ ସ୍କ୍ରାପିଂ କରାଯାଇ ତାର ଉଚିତ୍ ମୂଲ୍ୟ ପ୍ରଦାନ ପାଇଁ ଟାଟା ମୋଟର୍ସ ସହଯୋଗରେ ଖୋର୍ଦ୍ଧାର କୁମାରବସ୍ତ ଠାରେ ଆରମ୍ଭ ହୋଇଛି ରିସାଇକଲ ଓ୍ବିଥ ରେସ୍ପେକ୍ଟ ୟୁନିଟ୍ । ରାଜ୍ୟ ସରକାରଙ୍କ ବାଣିଜ୍ୟ ଏବଂ ପରିବହନ ମନ୍ତ୍ରୀ ଟୁକୁନି ସାହୁ ଏହି ୟୁନିଟକୁ ଉଦଘାଟନ କରିଛନ୍ତି ।

ପୁରୁଣା ଯାନ ଗୁଡ଼ିକ ଏଠାରେ ସ୍କାପିଂ କରାଯାଇ ତାର ଉଚିତ୍ ମୂଲ୍ୟ ପ୍ରଦାନ କରାଯିବା ସହ ନୂଆ ଯାନ କିଣିଲା ବେଳେ ମଧ୍ୟ ଅନେକ ସୁବିଧା ମିଳିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି । ଏଭଳି ୟୁନିଟ୍ ଖୋର୍ଦ୍ଧା ଠାରେ ପ୍ରଥମ କରି ଆରମ୍ଭ ହୋଇଛି । ରାଜ୍ୟର ସବୁ ଅଞ୍ଚଳରୁ ପୁରୁଣା ଯାନ ଗୁଡ଼ିକ ଏଠି ସ୍କ୍ରାପିଂ କରାଯିବ । ପ୍ରଥମ ଦଫାରେ ସମସ୍ତ ସରକାରୀ ପୁରୁଣା ଗାଡ଼ି ଗୁଡ଼ିକର ସ୍କ୍ରାପିଂ ଆରମ୍ଭ ହୋଇଛି ।

ଏହି ୟୁନିଟରେ ଦୈନିକ ୪୦ ଗାଡ଼ି ଖୋଲାଯାଇ ପାରିବ। ଏଥିପାଇଁ ଅତ୍ୟାଧୁନିକ ମେସିନ କାର୍ଯ୍ୟ କରିବା ସହିତ ଉନ୍ନତ ବୈଷୟିକ କୌଶଳ କାର୍ଯ୍ୟକାରୀ କରାଯାଉଛି ବୋଲି ଟାଟା ମୋଟର୍ସର ବଜନେସ ମୁଖ୍ୟ ସୂଚନା ଦେଇଛନ୍ତି। କେବଳ ସରକାରୀ ନୁହେଁ ଘରୋଇ ଯାନ ଗୁଡ଼ିକ ପାଇଁ ମଧ୍ୟ ଏହି ପଲିସିରେ ସୁବିଧା ସୁଯୋଗ ପ୍ରଦାନ କରାଯାଇ ପାରିବ । ଏହାଦ୍ବାର ପ୍ରଦୂଷଣକୁ ରୋକାଯାଇ ପାରିବ ବୋଲି କୁହାଯାଇଛି ।

Latest Posts

Don't Miss