ରାଜଧାନୀରେ ନକଲି ଦମ୍ପତିଙ୍କ ଅସଲି ଠକେଇ, ୩ ଜଣଙ୍କୁ ଗିରଫ କଲା ସାଇବର ଥାନା

1 min read

ଭୁବନେଶ୍ୱର: ରାଜଧାନୀରେ ନକଲି ଦମ୍ପତିଙ୍କ ଅସଲି ଠକେଇ । ସରକାରୀ ଓ ବେସରକାରୀ ଅଫିସରେ ଚାକିରି ଦେବାକୁ କହି ଦେଢ଼ ଲକ୍ଷ ଟଙ୍କା ଠକେଇ ଅଭିଯୋଗ । ଏହି ମାମଲାରେ ନକଲି ଦମ୍ପତିଙ୍କ ସମେତ ୩ ଜଣଙ୍କୁ ଗିରଫ କରିଛି ସାଇବର ଥାନା ପୋଲିସ । ନକଲି ୱେବସାଇଟ କରି ଲୋକଙ୍କୁ ଲିଙ୍କ୍ ପଠାଉଥିଲେ ଏହି ନକଲି ଦମ୍ପତି । ଠକେଇ ନେଇ ୩ ଜଣ ସାଇବର ଥାନାରେ ଅଭିଯୋଗ କରିଥିଲେ । ସ୍ୱାମୀ ନିଜକୁ ଇନଫୋସିସର HR ହେଡ୍ କହୁଥିବା ବେଳେ ପତ୍ନୀ ଆସିଷ୍ଟାଣ୍ଟ HR କହୁଥିଲେ । ସ୍ୱାମୀର ଶିକ୍ଷାଗତ ଯୋଗ୍ୟତା ଯୁକ୍ତ ଦୁଇ ଓ ସ୍ତ୍ରୀ ଗ୍ରାଜୁଏସନ ପର୍ଯ୍ୟନ୍ତ ପଢ଼ିଛନ୍ତି । ତୃତୀୟ ଅଭିଯୁକ୍ତ ଜଣକ ନକଲି ଦମ୍ପତିଙ୍କୁ ଠକେଇ ପାଇଁ ଲୋକଙ୍କ ଡାଟା ଦେଉଥିଲେ । ତେବେ ଏହି ରାକେଟରେ ଏକାଧିକ ଲୋକଙ୍କ ସମ୍ପୃକ୍ତି ଥାଇ ପାରେ ବୋଲି ସନ୍ଦେହ କରିଛି ପୋଲିସ୍ ।