କେନ୍ଦୁଝର ଜିଲ୍ଲାରେ ବ୍ୟାପୁଛି ସ୍କବ ଟାଇଫସ ରୋଗ

1 min read

କେନ୍ଦୁଝର : ଜିଲ୍ଲାରେ ବ୍ୟାପୁଛି ସ୍କବ ଟାଇଫସ ରୋଗ । ୮୮୭ ଜଣଙ୍କ ରକ୍ତ ନମୁନା ପରୀକ୍ଷାରୁ ୩୩୪ ଜଣଙ୍କର ପଜିଟିଭ୍‌ ଆସିଥିବା କେନ୍ଦୁଝର  ସିଡିଏମଓ ସୂଚନା ଦେଇଛନ୍ତି । କେନ୍ଦୁଝର ଜିଲ୍ଲା ମୁଖ୍ୟ ମେଡିକାଲରେ ୧୫ରୁ ଅଧିକ ଆକ୍ରାନ୍ତ ଭର୍ତ୍ତି ହୋଇଛନ୍ତି । ଯୋଡ଼ା, ତେଲକୋଇ, ହରିଚନ୍ଦନପୁର ଅଞ୍ଚଳରେ ଅଧିକ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି । ଅନ୍ୟପଟେ ଗତକାଲି ସ୍କ୍ରବ ଟାଇଫସ ଓ ଲେପଟୋସ୍ପାଇରୋସିଶ ପ୍ରତିକାର ପାଇଁ ସମସ୍ତ CDMO ଓ ହସ୍ପିଟାଲ ନିର୍ଦ୍ଦେଶକଙ୍କୁ ଚିଠି ଲେଖିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର । ରୋଗୀ ସଂଖ୍ୟା ବଢ଼ୁଥିବାରୁ ସମସ୍ତ DPHLରେ ଟେଷ୍ଟ ଓ ପର୍ଯ୍ୟାପ୍ତ ଟେଷ୍ଟିଂ କିଟ ମହଜୁଦ ରଖିବାକୁ ନିର୍ଦେଶ ଦେଇଛନ୍ତି । ଏ ନେଇ ଡାକ୍ତରମାନଙ୍କୁ ସଚେତନ କରାଯିବ ।Scrub Typhus: The Deadly Disease Striking Lives In India - Oneindia News

ଶୀଘ୍ର ଚିହ୍ନଟ ଓ ଜନସାଧାରଣଙ୍କୁ ସଚେତନତା ପାଇଁ ପଦକ୍ଷେପ ନିଆଯିବ । ସବୁଠି ସର୍ଭେଲାନସ ବୃଦ୍ଧି କରାଯିବ । ହସ୍ପିଟାଲରେ ପର୍ଯ୍ୟାପ୍ତ ଔଷଧ ଓ ଆଣ୍ଟିବାୟୋଟିକସ ମହଜୁଦ ପାଇଁ ନିର୍ଦେଶ ରହିଛି । ମୃତ୍ୟୁଦେହ ଗୁଡିକର ସଠିକ ଭାବେ ତଦନ୍ତ ସହ ନିୟନ୍ତ୍ରଣ ପାଇଁ ପଦକ୍ଷେପ ନେବାକୁ ନିର୍ଦେଶ ହୋଇଛି । ରୋଗୀ ଓ ମୃତ୍ୟୁ ତଥ୍ୟ ନେଇ ଷ୍ଟେଟ ସର୍ଭେଲାନସ ୟୁନିଟକୁ ଅବଗତ କରାଯିବ । ଏହି ରୋଗ ସାଧବାଣି ପୋକରୁ ହେଉଛି । ତେବେ ମୂଷା ହେଉଛି ଏହାର ପ୍ରାଥମିକ ବାହକ । ଯଦି ସାଧବାଣି ପୋକ ମୂଷାକୁ କାମୁଡିବା ପରେ ମୂଷା ମଣିଷକୁ କାମୁଡିଵ, ତେବେ  ସ୍କ୍ରବ ଟାଇଫସ ହେବ । ତୁରନ୍ତ ପରୀକ୍ଷା କରିବାକୁ ଆହ୍ୱାନ ଦିଆଯାଇଛି ।