ପେଗାସସ୍ ଜାସୁସୀ ମାମଲା; ଖୁବ୍‌ ଶୀଘ୍ର ଗଠନ ହୋଇପାରେ ଏକ୍ସପର୍ଟ କମିଟି

Supreme Court Refused Application Seeking Against Offline CBSE Exam

ନୂଆଦିଲ୍‌ଲ: ପେଗାସସ୍ ଜାସୁସୀ ମାମଲାର ଯାଞ୍ଚ କରିବା ଲାଗି ଗଠନ ହୋଇପାରେ ଏକ୍ସପର୍ଟ କମିଟି । ସୁପ୍ରିମକୋର୍ଟ ଗଠନ କରିବେ ଏହି ଏକ୍ସପର୍ଟ କମିଟି। ଖୁବଶୀଘ୍ର ବିଶେଷଜ୍ଞ କମିଟି ସଦସ୍ୟଙ୍କ ନାମ ଘୋଷଣା କରାଯିବ ବୋଲି ଏକ ମାମଲାର ଶୁଣାଣି ବେଳେ ପ୍ରଧାନ ବିଚାରପତି ଜଷ୍ଟିସ ଏନ ଭି ରମଣା କହିଛନ୍ତି ।

ସୂଚନା ଅନୁସାରେ ଆସନ୍ତା ସପ୍ତାହରେ ବିଶେଷଜ୍ଞ କମିଟି ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରାଯିବ। ଚଳିତ ସପ୍ତାହ ସୁଦ୍ଧା କମିଟି ଗଠନ ପାଇଁ ଆଲୋଚନା ହୋଇଥିଲା । ମାତ୍ର କମିଟି ପାଇଁ କେତେଜଣ ବିଶେଷଜ୍ଞଙ୍କ ସହ ଯୋଗାଯୋଗ କରାଯାଇଥିଲେ ବି ବ୍ୟକ୍ତିଗତ କାରଣ ଯୋଗୁ ସେମାନେ ଏହି କମିଟିରେ ସାମିଲ ହେବାକୁ ମନା କରିଦେଇଛନ୍ତି । ଯାହାଫଳରେ କମିଟି ଗଠନରେ ବିଳମ୍ବ ହେଉଛି ବୋଲି କହିଛନ୍ତି ପ୍ରଧାନ ବିଚାରପତି।

 

ଇସ୍ରାଏଲି ସ୍ପାଏଓ୍ବେର ପେଗାସସ୍ ଯୋଗେ ଦେଶର ବହୁ ପୁଞ୍ଜିପତି, ରାଜନେତା, ସାମ୍ବାଦିକ, ଆଇନଜୀବୀ ଏପରିକି ସୁପ୍ରିମକୋର୍ଟର କେତେଜଣ ବିଚାରପତିଙ୍କ ତଥ୍ୟ ଚୋରି ହୋଇଥିବା ଅଭିଯୋଗ ହୋଇଥିଲା । କେନ୍ଦ୍ର ସରକାର କମିଟି ଗଠନ କରି ଏହାର ଯାଞ୍ଚ କରିବାକୁ କୋର୍ଟଙ୍କୁ କହିଥିଲେ ବି ରାଷ୍ଟ୍ରର ସୁରକ୍ଷା ପାଇଁ ବିସ୍ତୃତ ସତ୍ୟପାଠ ଦାଖଲ କରିହେବ ନାହିଁ ବୋଲି କହିଥିଲେ । ଯାହାପରେ ସୁପ୍ରିମକୋର୍ଟ ବିଶେଷଜ୍ଞ କମିଟି ଗଠନ କରି ପିଟିସନର ଯାଞ୍ଚ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

Leave a Reply