୨୪ରେ ଗ୍ୟାଙ୍ଗଷ୍ଟର ଅତିକ ଅହମ୍ମଦ ମର୍ଡର କେସର ଶୁଣାଣି କରିବେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଆସନ୍ତା ୨୪ ତାରିଖରେ ଗ୍ୟାଙ୍ଗଷ୍ଟର ଅତିକ ଅହମ୍ମଦ ମର୍ଡର କେସ୍ ପିଟିସନର ଶୁଣାଣି କରିବେ ସୁପ୍ରିମକୋର୍ଟ । ପୋଲିସ ହେପାଜତରେ ଅତିକ ଓ ତାର ଭାଇ ଅସରଫକୁ ହତ୍ୟାକୁ ନେଇ ସର୍ବୋଚ୍ଚ କୋର୍ଟରେ ପିଟିସନ ଦାଏର କରିଥିଲେ ଆଇନଜୀବୀ ବିଶାଲ ତିଓ୍ବାରୀ ।

ମାଫିଆମୁକ୍ତ ନାଁରେ ଫେକ୍ ଏନକାଉଣ୍ଟର, ପୋଲିସ ହେପାଜତରେ ହତ୍ୟା ଆଦି ଘଟଣା ଗତ କିଛିବର୍ଷ ମଧ୍ୟରେ ବଢିଛି । ଏହି ମାମଲାର ନିରପେକ୍ଷ ଯାଞ୍ଚ ପାଇଁ ପିଟିସନରେ ଅପିଲ କରାଯାଇଛି । ଗତ ୬ ବର୍ଷରେ ୟୁପିରେ ବିଜେପି ସରକାର ଆସିବା ପରେ ୧୮୩ ଜଣଙ୍କୁ ଏନକାଉଣ୍ଟରରେ କରାଯାଇଛି । ରାଜ୍ୟରେ ଏତେ ଏନକାଉଣ୍ଟରକୁ ନେଇ ପ୍ରଶ୍ନ ଉଠିଥିବା ବେଳେ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ବ୍ୟକ୍ତିଙ୍କୁ ବି ଟାର୍ଗେଟ କରାଯାଉଥିବା ଦେଖାଯାଉଛି ।

ଅତିକ ଓ ଅସରଫର ହତ୍ୟାକାଣ୍ଡକରେ ୟୁପି ସରକାର ଓ ପୋଲିସ ପ୍ରଶାସନର ଭୂମିକାକୁ ନେଇ ସୁପ୍ରିମକୋର୍ଟରେ ପିଟିସନ ଦାଏର ହୋଇଥିଲା।  ପୋଲିସର କଡ଼ା ସୁରକ୍ଷା ଭିତରେ କେମିତି ଜଣେ ହାଇପ୍ରୋଫାଇଲ କ୍ରିମିନାଲକୁ ହତ୍ୟା କରାଗଲା? ତାର ତଦନ୍ତ କରିବାକୁ ପିଟିସନ ଦାଏର ହୋଇଛି । ଅତିକର ପୁଅ ଅସଦର ଏନକାଉଣ୍ଟରକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ଆବେଦନକାରୀ । ୨୦୧୭ ମସିହାରୁ ଉତ୍ତରପ୍ରଦେଶରେ ହୋଇଥିବା ଏନକାଉଣ୍ଟରର ଯାଞ୍ଚ ପାଇଁ ପିଟିସନରେ ଅପିଲ କରାଯାଇଥିଲା । ଆସନ୍ତା ୨୪ ତାରିଖରେ ବିଶାଲ ତିଓ୍ବାରୀଙ୍କ ପିଟିସନର ଶୁଣାଣି କରିବେ ସର୍ବୋଚ୍ଚ କୋର୍ଟ ।