ସିଏଏକୁ ନେଇ ଆଜି ସୁପ୍ରିମକୋର୍ଟରେ ଶତାଧିକ ମାମଲାର ଶୁଣାଣି

ନୂଆଦିଲ୍ଲୀ : ସିଏଏକୁ ନେଇ ଆଜି ସୁପ୍ରିମକୋର୍ଟର ଶୁଣାଣି ହେବ । ସିଏଏ ବିରୋଧରେ ୧୪୩ଟି ପିଟିସନ ଆବେଦନ କରାଯାଇଥିଲା । ଏହି ଆଇନରେ ଧର୍ମକୁ ଆଧାର କରି ନାଗରିକତା ପ୍ରଦାନ କରାଯାଉଛି ବୋଲି ଅଭିଯ଼ୋଗ କରି ଆବେଦନ କରାଯାଇଛି ।

ଆଜି ଶୁଣାଣି ହେବ ବୋଲି କୋର୍ଟ ପୂର୍ବରୁ କେନ୍ଦ୍ରକୁ ନୋଟିସ ଜାରି କରିଥିଲେ । ଏହି ଆଇନ ଲାଗୁ ହେଲେ ଭାରତୀୟ ମାନେ ନାଗରିକତ୍ବ ହରାଇବେ ବୋଲି ଅଭିଯୋଗ କରି ଇଣ୍ଡିଆନ ୟୁନିୟନ ମୁସଲିମ୍ ଲିଗ ଆବେଦନ କରିଥିଲା । କଂଗ୍ରେସ ନେତା ଜୟରାମ ରମେଶ ଏ ପ୍ରସଙ୍ଗରେ ମଧ୍ୟ କୋର୍ଟରେ ଆବେଦନ କରିଥିଲେ । ସେସବୁର ଆଜି ଶୁଣାଣି ହେବ ।

Leave a Reply