ସୁପ୍ରିମକୋର୍ଟ ଖାରଜ କଲେ ଆବେଦନ; ବନ୍ଦ ହେବ IDEA ଓ ଭୋଡାଫୋନ୍‌!

ଭୁବନେଶ୍ୱର: ଭୋଡାଫୋନ ଓ ଆଇଡିଆ ପକ୍ଷରୁ ଦାୟର ଆବେଦନକୁ ଖାରଜ କରିଛନ୍ତି ମାନ୍ୟବର ସୁପ୍ରିମକୋର୍ଟ । ସୋମବାର ଦିନ ୨୫୦୦ କୋଟି ଓ ଶୁକ୍ରବାର ୧୦୦୦ କୋଟି ଟଙ୍କା ଦେବା ନିମନ୍ତେ ସମୟ ଦେବାକୁ ଅନୁରୋଧ କରାଯାଇଥିଲା ।  କମ୍ପାନୀ ପକ୍ଷରୁ ଦାୟର କରାଯାଇଥିବା ପିଟିସନ୍‌ରେ ତାଙ୍କ ବିରୋଧ କୌଣସି କାର୍ଯ୍ୟାନୁଷ୍ଠାନ କରାନଯିବା ଲାଗି ଅନୁରୋଧ କରିଛନ୍ତି ।

ଜଷ୍ଟସ୍‌ ଅରୁଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ସୋମାବର ଭୋଡାଫୋନ୍‌ ଓ ଆଇଡିଆ ପକ୍ଷରୁ ଦାୟର ଏହି ଯାଚିକାକୁ ଖାରଜ କରିଛନ୍ତି । ଏହା ପୂର୍ବରୁ ମଧ୍ୟ ସୁପ୍ରିମକୋର୍ଟ ଭୋଡାଫୋନ ଓ ଆଇଡିଆକୁ କୌଣସି ପ୍ରକାର ବି ରିହାତି ଦେବାକୁ ମନା କରିଦେଇଛନ୍ତି । ଏମାନଙ୍କ ପକ୍ଷରୁ ଆଦାୟ ଅର୍ଥ ସରକାର ରାଜସ୍ୱର ଅତିରିକ୍ତ ଆୟ ହୋଇଥିବା ବେଳେ ଟେଲିକମ୍‌ ଇଣ୍ଡଷ୍ଟ୍ରିକୁ ବଡ଼ ଝଟକା ଲାଗିବ ବୋଲି କୁହାଯାଉଛି । ବିଶ୍ୱସ୍ତରରେ ଭାରତ ଟେଲିକମ୍ ଇଣ୍ଡଷ୍ଟ୍ରିର ବଡ଼ ମାର୍କେଟ ଭାବେ ଗଣାଯାଉଥିଲେ ମଧ୍ୟ ବର୍ତ୍ତମାନ ସମୟରେ ଏହି କମ୍ପାନୀ ଗୁଡ଼ିକ କ୍ଷତିରେ ଚାଲିଛନ୍ତି । ଟେଲିକମ୍‌ କମ୍ପାନୀଗୁଡ଼ିକ ୧୩ ଆରବ ଡଲାର ସରକାରଙ୍କୁ ଦେବାକୁ ଥିବା ବେଳେ ସୁପ୍ରିମକୋର୍ଟଙ୍କ ପକ୍ଷରୁ ୧୭ ତାରିଖକୁ ଶେଷ ସମୟ ସୀମା ଭାବେ ଧାର୍ଯ୍ୟ କରିଥିଲେ । ଯଦି ଧାର୍ଯ୍ୟ ସମୟ ମଧ୍ୟରେ କମ୍ପାନୀମାନେ ଟଙ୍କା ନଦିଆ ତେବେ କାହିଁକି ସେମାନଙ୍କ ନାଁ ଅବମାନନା କେସ୍‌ କରାଯିବ ବୋଲି ପ୍ରଶ୍ନ କରିଛନ୍ତି ଦେଶର ସର୍ବୋଚ୍ଚ ନ୍ୟାୟଳୟ । ସର୍ବୋଚ୍ଚ ନ୍ୟାୟାଳୟର ଏଭଳି ଆଭିମୁଖ୍ୟ ସେମାନଙ୍କ ଚିନ୍ତା ବଢ଼ାଇଦେଇଛି ।

Image result for idea vodafone

ଅପରପକ୍ଷରେ ଦେଶର ଅନ୍ୟତମ ବଡ଼ ଟେଲିକମ୍‌ କମ୍ପାନୀ ଭୋଡାଫୋନ୍‌ ଓ ଆଇଡିଆ ଗତ ତୈମାସିକରେ ୬,୪୫୩ କୋଟି କ୍ଷତି ହୋଇଥିବା ଦର୍ଶାଇଥିବା ବେଳେ ଗତ ବର୍ଷ ୪୯୯୮ କୋଟିର କ୍ଷତି ହୋଇଥିଲା । ଏଭଳି ସ୍ଥିତିରେ କମ୍ପାନୀ ଚେୟାରମ୍ୟାନ୍‌ କୁମାର ମଙ୍ଗଲମ୍ ମିର୍ଲାଙ୍କ କହିବା ହେଲା ଯେ, ସରକାର ଯଦି କୌଣସି ପ୍ରକାର ସହାୟତା କରିବେ ନାହିଁ ତେବେ ବ୍ୟବସାୟ ବନ୍ଦ କରିବାକୁ ପଡ଼ିବ । ଏଭଳି କରିବା ଦ୍ୱାରା ଏହା ଦ୍ୱାରା ରୋଜଗାର ପାଉଥିବା ହଜାର ହଜାର ଲୋକେ ନିଯୁକ୍ତି ହରାଇବେ । ଏଥି ସହିତ କମ୍ପାନୀରେ ତାଲା ଲଗାଇବାର ନକାରାତ୍ମକ ପ୍ରଭାବ ପୂରା ଟେଲିକମ୍‌ ଇଣ୍ଡଷ୍ଟ୍ରି ଉପରେ ପଡ଼ିବ ।         ।

Leave a Reply