କଶ୍ମୀରକୁ ନେଇ କେନ୍ଦ୍ରକୁ ସୁପ୍ରିମକୋର୍ଟର ଭର୍ତ୍ସନା, ଶୀଘ୍ର ହଟୁ ପ୍ରତିବନ୍ଧକ

ନୂଆଦିଲ୍ଲୀ: ଇଣ୍ଟରନେଟ୍‌ ବ୍ୟାନ୍‌, ୧୪୪ ଧାରା ଲାଗୁ ନେଇ ଚାଲିବନି ସରକାରଙ୍କ ମନ୍‌ମାନି। କାଶ୍ମୀରକୁ ନେଇ କେନ୍ଦ୍ରକୁ ସର୍ବୋଚ୍ଚ କୋର୍ଟଙ୍କ କଡ଼ା ଟିପ୍ପଣୀ। ଜମ୍ମୁ କାଶ୍ମୀରରେ ଲାଗୁ କଟକଣାକୁ ନେଇ ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ। ବ୍ୟାଙ୍କିଂ, ହସପିଟାଲ, ଶିକ୍ଷାନୁଷ୍ଠାନ ସହ ସମସ୍ତ ଜରୁରୀକାଳିନ ସେବା ଯୋଗାଉଥିବା ଅନୁଷ୍ଠାନରେ ଇଣ୍ଟରନେଟ୍‌ ସେବା କାର୍ଯ୍ୟକ୍ଷମ କରିବାକୁ ଜମ୍ମୁ କାଶ୍ମୀର ପ୍ରଶାସନକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଇଣ୍ଟରନେଟ୍‌ ବ୍ୟବହାର ହେଉଛି ମତପ୍ରକାଶର ଅଂଶ । ତେଣୁ ସରକାର ଅନିଶ୍ଚିତ କାଳ ପର୍ଯ୍ୟନ୍ତ ଇଣ୍ଟରନେଟ୍‌ ସେବା ବନ୍ଦ କରିପାରିବେନି ବୋଲି କୋର୍ଟ କହିଛନ୍ତି । ସରକାର ସମସ୍ତ କଟକଣା ନେଇ ସମୀକ୍ଷା କରନ୍ତୁ। ଅନାବଶ୍ୟକ ନିର୍ଦ୍ଦେଶକୁ ପ୍ରତ୍ୟାହାର କରନ୍ତୁ। ବିନା କାରଣରେ ଇଣ୍ଟରନେଟ୍‌ ଉପରେ କଟକଣା ଲଗାଯାଇ ପାରିବନି । ସେହିପରି ଧାରା ୧୪୪କୁ ଅଧିକ ସମୟ ଧରି ଲାଗୁ କରାଯାଇପାରିବନି ବୋଲି ସର୍ବୋଚ୍ଚ କୋର୍ଟ କହିଛନ୍ତି ।

Leave a Reply