spot_img

Latest Posts

ମାନସିକ ଭାରସାମ୍ୟ ହରାଇଥିବା ବ୍ୟକ୍ତିଙ୍କ ବୟାନ କୋର୍ଟରେ କାଏମ ରହିବ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଏଣିକି ମାନସିକ ଭାରସାମ୍ୟ ହରାଇଥିବା ବ୍ୟକ୍ତିଙ୍କ ବୟାନ ମଧ୍ୟ କୋର୍ଟରେ କାଏମ ରହିବ । ଏକ ମାମଲାର ଶୁଣାଣି କରି ଏଭଳି ରାୟ ଦେଇଛନ୍ତି ସୁପ୍ରିମକୋର୍ଟ ।

ସୂଚନା ଅନୁଯାୟୀ, ଉତ୍ତରାଖଣ୍ଡର ଜଣେ ମହିଳା ଦୁଷ୍କର୍ମ ଘଟଣାକୁ ନେଇ ବୟାନ ଦେଇଥିଲେ। ସେ ଅନେକ କଥା ଭୁଲି ଯାଇଥିବା ବେଳେ ସେ ୭୦ ପ୍ରତିଶତ ଭିନ୍ନକ୍ଷମ ଥିବା ଜଣାପଡିଥିଲା। ଏଭଳି ସ୍ଥଳେ ତାଙ୍କ ବୟାନକୁ ଗ୍ରହଣ କରାଯାଇପାରିବ ନାହିଁ ବୋଲି ପ୍ରତିପକ୍ଷ ଓକିଲ ଯୁକ୍ତି ବାଢିଥିବା ବେଳେ ସୁପ୍ରିମକୋର୍ଟ ଦେଇଛନ୍ତି ଏହି ଗୁରୁତ୍ୱପୂର୍ଣ୍ଣ ରାୟ।

ଏଭଳି ଘଟଣାରେ ମାନସିକ ଭାରସାମ୍ୟ ହରାଇଥିବା ବ୍ୟକ୍ତିଙ୍କର ବୟାନ ବି କୋର୍ଟରେ ଗ୍ରହଣ କରାଯିବ ବୋଲି ବିଚାରପତି କହିଛନ୍ତି । ୨୦୧୫ ସେପ୍ଟେମ୍ବରରେ ପୀଡିତା ଦୁଷ୍କର୍ମର ଶୀକାର ହୋଇଥିଲେ । ଘଟଣାରେ ପୂର୍ବରୁ ଅଭିଯୁକ୍ତକୁ ୧୦ ବର୍ଷ ଜେଲଦଣ୍ଡ ହୋଇଥିବା ବେଳେ ରାୟକୁ ଚ୍ୟାଲେଞ୍ଜ କରି ଅଭିଯୁକ୍ତ କୋର୍ଟରେ ଆବେଦନ କରିଥିଲେ ।

ତେବେ ଏହି ମାମଲାର ଶୁଣାଣି ବେଳେ ମହାତ୍ମା ଗାନ୍ଧୀ ଓ ଲାଲବାହାଦୁର ଶାସ୍ତ୍ରୀଙ୍କ ଫଟୋ ଦେଖି ଚିହ୍ନିବା ପାଇଁ ପୀଡିତାଙ୍କ କୁହାଯାଇଥିଲା । ଯାହା ଫଳରେ  ତାଙ୍କର ମାନସିକ କ୍ଷମତାକୁ ପରୀକ୍ଷା କରାଯାଇଥିଲା ।

Latest Posts

Don't Miss